ଏନ ଏ ସି ଘୋଷଣା ନହେବାରୁ ଅସନ୍ତୋଷ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଏନ ଏ ସି ଘୋଷଣା ନହେବାରୁ ଅସନ୍ତୋଷ। ବାଲେଶ୍ୱର ଜିଲ୍ଲା ସିମୁଳିଆ କୁ ଏନଏସି ଘୋଷଣା ପରେ ଖଇରା ଏଥିରୁ ବାଦ ପଡିଥିବାରୁ ତେଜୁଛି ଅସନ୍ତୋଷ l ସିମୁଳିଆ ନିର୍ବାଚନ ମଣ୍ଡଳୀ ଦୁଇ ଟି ବ୍ଲକ କୁ ନେଇ ଗଠିତ ଥିବା ବେଳେ ଗତକାଲି ସିମୁଳିଆ କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଏନଏସି ଘୋଷଣା ପରେ ଖଇରା ବ୍ଲକକୁ ଏନ ଏ ସି ଘୋଷଣା କରାଯାଇ ନଥିବାରୁ ଅଂଚଳବାସୀ ଙ୍କ ମଧ୍ୟ ରେ ଅସନ୍ତୋଷ ଦେଖାଦେଇଛି l

ଏନେଇ ଆଜି ସନ୍ଧ୍ୟା 6ଘଟିକା ସମୟରେ ଖଇରା ବ୍ଲକ ଆଳଦା ସ୍ଥିତ ବିଜେପି କାର୍ଯ୍ୟଳୟ ରେ ଖଇରା ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ପୂର୍ବତନ ମନ୍ତ୍ରୀ ତଥା ବିଜେପି ନେତା ପଦ୍ମ ଲୋଚନ ପଣ୍ଡା ଙ୍କ ଦ୍ୱାରା ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ସିମୁଳିଆ ବ୍ଲକ ଠାରୁ ଖଇରା ବ୍ଲକ ବଡ଼, ଖଇରା ଅଂଚଳବାସୀ ମାନେ ଦୀର୍ଘ ଦିନ ଧରି ଦାବି କରିଆସୁଥିଲେ,ଏଭଳି କିଛି ମନ୍ତବ୍ୟ ଦେଇ ଖଇରାକୁ ଅଣଦେଖା କରାଯାଉଥିବା ନେଇ ରାଜ୍ୟ ସରକାର ଙ୍କୁ ଆକ୍ଷେପ କରିଥିଲେ l

ଯଦି ଆଗାମୀ ଦିନ ରେ ଦାବି ପୂରଣ ନହୁଏ ଖଇରା ବିଜେପି ରାଜରାସ୍ତା କୁ ଓହ୍ଲାଇବା ନେଇ ଚେତାବନୀ ଦେଇଥିଲେ l ଏଥିରେ ବ୍ଲକ ଅଧକ୍ଷା ସମେତ ବହୁ ଲୋକ ପ୍ରତିନିଧି ମାନେ ଉପସ୍ଥିତ ଥିଲେ l

Leave A Reply

Your email address will not be published.