ବାମନଘାଟି ବ୍ରାହ୍ମଣ ମହାସଂଘର ବିଶ୍ବ କଲ୍ୟାଣ ମହାଯଜ୍ଞର ପୂର୍ଣ୍ଣାହୁତି

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ବାମନଘାଟି ବ୍ରାହ୍ମଣ ମହାସଂଘର ବିଶ୍ବ କଲ୍ୟାଣ ମହାଯଜ୍ଞର ପୂର୍ଣ୍ଣାହୁତି | ଓଡିଶା ବ୍ରାହ୍ମଣ ମହାସଂଘ, ବାମନଘାଟି ଉପଖଣ୍ଡ ଶାଖା ପକ୍ଷରୁ ବିଶ୍ୱ କଲ୍ୟାଣ ମହାଯଜ୍ଞ ରାଇରଙ୍ଗପୁରସ୍ଥିତ କୁଚେଇବୁଢୀ ଶ୍ରୀପୂର୍ଣ୍ଣେଶ୍ବର ମହାଦେବ ମନ୍ଦିର ପରିସରରେ ଆରମ୍ଭ ହୋଇଯାଇଛି |

ଗତ୨୨ତାରିଖ ଦିନ ଅଙ୍କୁରାରୋପଣ ହେବାପରେ ୨୩ ତାରିଖ ସ୍ଥାନୀୟ ମହିଳାମାନଙ୍କ ଦ୍ବାରା ସ୍ଥାନୀୟ ଶ୍ରୀ ଜଗନ୍ନାଥ ମନ୍ଦିର ଠାରୁ କଳସଯାତ୍ରା ଓ ଯଜ୍ଞପୂଜାରମ୍ଭ, ୨୪ ତାରିଖ ବ୍ରତପୋନୟନ, ଗୋ ପୂଜା ଏବଂ ୨୫ ତାରିଖ ପୂର୍ଣ୍ଣାହୁତି ସହିତ ସାମୁହିକ ପ୍ରସାଦ ସେବନ କରାଯାଇଥିଲା | ଉକ୍ତ ଭବ୍ୟ କାର୍ଯ୍ୟକ୍ରମରେ ସୁଦୂର ଜଗତସିଂହପୁରରୁ ସୁନାମଧନ୍ୟ ପଣ୍ଡିତ ମାନସ ଦାଶ, ସୁଧାଂଶୁ ଶେଖର ତ୍ରିପାଠୀ, ଦେବୀ ସନ୍ତୋଷ ମିଶ୍ର,ରାଜୀବ କୁମାର ଆଚାର୍ଯ୍ୟ ଓ ଅନ୍ୟ ପଣ୍ଡିତ ମାନଙ୍କ ଦ୍ବାରା ଯଜ୍ଞପୂଜା ଚାଲୁରହିଥିଲା  | ସମଗ୍ର ରାଇରଙ୍ଗପୁରରେ ଏକ ବୈଦିକ ପରିବେଶ ସୃଷ୍ଟି ହୋଇଛିl ଆଜି ତୃତୀୟ ଦିବସରେ ୩ ଜଣ ବ୍ରହ୍ମଚାରୀଙ୍କ ବ୍ରୋତପୟନ କାର୍ଯ୍ୟକ୍ରମ ସଂଗଠିତ ହୋଇଥିଲା  |

ବାମନଘାଟି ବ୍ରାହ୍ମଣ ମହାସଙ୍ଘର ସଭାପତି ଗଣେଶ ମିଶ୍ର, ଉପସଭାପତି ତରୁଣ ନନ୍ଦ, ସଂପାଦକ ସୁଶାନ୍ତ ଶର୍ମା, କୋଷାଧ୍ୟକ୍ଷ ଜୟକୃଷ୍ଣ ଦାଶ, ସମୀର କୁମାର ଦାଶ, ରବି ନାରାୟଣ ହୋତା ତଥା କାର୍ଯ୍ୟକାରୀ ସଦସ୍ୟ ଦିଲ୍ଲୀପ କୁମାର ହୋତା, ଅର୍ଦ୍ଧେନ୍ଦୁ ଶେଖର ରଥ, ଟୁନା ପାଣି, ଈଶ୍ବର ପ୍ରହରାଜ,ପ୍ରଭାସ ପ୍ରହରାଜ, ଚିକୁ ମିଶ୍ର, ଜନରଂଜନ ଦାଶ,ହେମନ୍ତ ଶତପଥୀ, ଉପଦେଷ୍ଟା ନୃସିଂହଚରଣ ଦାଶ, ଗଣେଶ୍ୱର ଦାଶ,ଧୁଳିଆ ନନା, ଗଣେଶ ଦୀକ୍ଷିତ, କ୍ରିଷ୍ଣା ଶର୍ମା, ପ୍ରମୁଖ ପରିଚାଳନା କରୁଥିବା ବେଳେ ସମସ୍ତ ସଦସ୍ୟ ପରିଚାଳନା କରିବାରେ ସହୋଯଗ କରିଥିଲେ। ଯଜ୍ଞ ଭଳି ପବିତ୍ର କାର୍ଯ୍ୟକ୍ରମରେ ରାଇରଙ୍ଗପୁରର ଜନ ସାଧାରଣ, ବିଭିନ୍ନ ଗଣ ମାଧ୍ୟମର ପ୍ରତିନିଧି, ପୋଲିସ ପ୍ରଶାସନ, ତତ ସହିତ ବିଭିନ୍ନ ମାନ୍ୟଗଣ ବ୍ୟକ୍ତି ସହଯୋଗ କରୁଥିବାରୁ ସଂଘର ସଭାପତି ଗଣେଶ ମିଶ୍ର ଧନ୍ୟବାଦ ଜଣାଇଛନ୍ତି |

Leave A Reply

Your email address will not be published.