୭୨ତମ ବାର୍ଷିକ କ୍ରୀଡା ଓ ଲୋକନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):   ୭୨ତମ ବାର୍ଷିକ କ୍ରୀଡା ଓ ଲୋକନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ| ବାମନଘାଟୀ ଉପଖଣ୍ଡ ବହଳଦା ବ୍ଲକ ବ୍ରାହ୍ମଣବୋଷ ଠାରେ ଥିବା ବିଦୁଚାନ୍ଦନ ସ୍ପୋର୍ଟିଂ କ୍ଲବ ଆନୁକୂଲ୍ୟରେ ୭୨ତମ ବାର୍ଷିକ କ୍ରୀଡା ଓ ଲୋକନୃତ୍ୟ ଦ୍ବିଦିବସୀୟ ଫେବୃୟାରୀ ୨୪ ଓ ୨୫ ତାରିଖ ଅନୁଷ୍ଠିତ ହୋଇଯାଇଛି | ୨୪ ତାରିଖରେ ବୟସ୍କ- କାଣ୍ଡବିନ୍ଧା, ବାଳକ- ୪୦୦ ମିଟର ଦୌଡ, ଅଙ୍କକଷା, ବାଳିକା- ୩୦୦ ମିଟର ଦୌଡ, ଅଙ୍କକଷା, ବଲ ପାସ ଖେଳ ହୋଇଥିଲା ବେଳେ ୨୫ ତାରିଖ ବେଳେ ବୟସ୍କ-୧୦୦୦ ମିଟର ଦୌଡ, ମହିଳା- ବରହେଇ ଟଣା, କେଣ୍ଡେଲ ଧରି ଦୌଡ, ବଲ ପାସ ଖେଳ, ଛୁଂଚିରେ ସୂତା ପୂରେଇବା ,ଶିଶୁ ବାଳକବାଳିକା- ୨୦୦ ମିଟର ଦୌଡ ପ୍ରତିଯୋଗିତା ହୋଇଥିଲା |

ଏହାପରେ ଆଦିବାସୀ ଲୋକନୃତ୍ୟ ବୁଢୀଗାଳି ଓ ଡ୍ରାମାଗାଳି ପ୍ରତିଯୋଗିତା ଆୟୋଜିତ ହୋଇଥିଲା | ପୁରସ୍କାର ବିତରଣୀ ପର୍ବରେ ମୁଖ୍ୟ ଅତିଥି ପୂର୍ବତନ ବିଧାୟକ ସାଇବା ସୁଶୀଲ କୁମାର ହାଁସଦାଃ, ଗମ୍ଭାରିଆ ଗ୍ରାମ ପଞ୍ଚାୟତ ସରପଞ୍ଚ ବଦାହି ହାଁସଦାଃ, ଜିଲ୍ଲାପରିଷଦ ସୂର୍ଯ୍ୟମଣି ହାଁସଦାଃ, ପଞ୍ଚାୟତ ସମିତି ସଭ୍ୟା ସୁକାନ୍ତି ପାତ୍ର, ସମ୍ମାନିତ ଅତିଥି ପୂର୍ବତନ ସହ ସେକସନ ଅଫିସର କରନ ବାସ୍କେ, ପୂର୍ବତନ କର୍ମଚାରୀ ଏସବିଆଇ ଗୌରା ମାଝୀ, ପୂର୍ବତନ କର୍ମଚାରୀ ଓଲ ଇଣ୍ଡିଆ ରେଡିଓ ଧନଞ୍ଜୟ ହାଁସଦାଃ ଓ ଉପଦେଷ୍ଟା ମୋତିଲାଲ ପାତ୍ର ପ୍ରମୁଖ ଉପସ୍ଥିତ ରହି କୃତୀ ପ୍ରତିଯୋଗୀମାନଙ୍କୁ ଆକର୍ଷଣୀୟ ସୁନା ଓ ରୂପାର ଅଳଙ୍କାର ଦେଇ ପୁରସ୍କୃତ କରିଥିଲେ | ଉକ୍ତ ଭବ୍ୟ ସଭାକୁ ଭାଷ୍ୟକାର ମନମୋହନ ପରମାଣିକ ଓ ଦୁର୍ଗାଚରଣ ମହାନ୍ତ ପରିଚାଳନା କରିଥିଲେ |

ଏହି କ୍ରୀଡା ଉତ୍ସବରେ ବିଦୁଚାନ୍ଦନ ସ୍ପୋର୍ଟିଂ କ୍ଲବର ସଭାପତି ପୃଥିରାଜ ଟୁଡୁ, ସଂପାଦକ ଗୋଦାଧର ବେହେରା, ଉପସଭାପତି ରିଙ୍କୁ ଖିଲାର , ସହସଂପାଦକ ବିଜୁ ମାଝୀ, କୋଷାଧ୍ୟକ୍ଷ ରାଜେଶ କୁମାର ପାତ୍ର , ବବିଲି ହେମ୍ବ୍ରମ , ଉପଦେଷ୍ଟା ଧନୁର୍ଦ୍ଦର ହାଁସଦାଃ, ରାମରାୟ କିସ୍କୁ, ମୋନଜ ବେହେରା, ଲକ୍ଷ୍ମୀକାନ୍ତ ବେହେରା, ଦେବେନ୍ଦ୍ର ନାଥ ଦାସ, ଗୌର ପରମାଣିକ ଓ ମୋତିଲାଲ ସର୍ଦ୍ଧାର ତଥା ଅନ୍ୟମାନେ ଯୋଗ ଦେଇ କ୍ରୀଡା ଓ ଲୋକନୃତ୍ୟ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ | ଉକ୍ତ ବାର୍ଷିକ ପ୍ରତିଯୋଗିତାରେ ସ୍ଥାନୀୟ ତଥା ଦୂରଦୁରାନ୍ତର ରୁ ଲୋକମାନଙ୍କର ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା |

Leave A Reply

Your email address will not be published.