ଓଡ଼ିଆ ନ୍ୟୁଜ୍: ବଢିଲା ବହୁ ଚର୍ଚ୍ଚିତ ୟୁଟ୍ୟୁବର ଲବ ହାଁସଦାଙ୍କ ଅଡ଼ୁଆ । ବିବାଦ ଘେରରେ ୟୁଟ୍ୟୁବର ଲବ ହାଁସଦା । ତାଙ୍କ ନାଁରେ ବେଙ୍ଗାଲୁରୁର ଏଚ.ଏସ.ଆର ଲେ ଆଉଟ ଥାନାରେ ଏତଲା ହୋଇଛି । ଲବ ହାଁସଦାଙ୍କ ପ୍ରେମିକା ସୋଲମୀ ମୁର୍ମୁ ୨ ଦିନ ତଳେ ଆତ୍ମହତ୍ୟା କରିଥିବାବେଳେ ତାଙ୍କ ମୃତ୍ୟୁ ପାଇଁ ଲବଙ୍କୁ ଦାୟୀ କରି ଥାନାରେ ଲବଙ୍କ ନାଁରେ ଏତଲା ଦେଇଛନ୍ତି ମୃତ ସୋଲମୀଙ୍କ ଭାଇ । ତେବେ ଲବଙ୍କ ପ୍ରେମିକା ଜଣେ ବାଇକ ରାଇଡର ହୋଇଥିବା ବେଳେ ତାଙ୍କ ଘର ବିହାରରେ ।
ଆଉ ସେ ବେଙ୍ଗାଲୁରୁରେ ଚାକିରି କରୁଥିଲେ । ଉଭୟଙ୍କ ଭିତରେ ଅନେକ ଦିନର ସମ୍ପର୍କ ଥିଲା । ଲବ ହାଁସଦାଙ୍କ ଅନେକ ମହିଳାଙ୍କ ସହ ସମ୍ପର୍କ ଥିବା କଥା ଜାଣିବାକୁ ପାଇବା ପରେ ସୋଲମୀ, ଏନେଇ ଲବଙ୍କୁ ପଚାରିବାରୁ ଲବ ବାରମ୍ବାର ତାଙ୍କୁ ନିର୍ଯାତନା ଦେଇଆସୁଥିଲେ । ଆଉ ଶେଷରେ ବାଧ୍ୟ ହୋଇ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ ସୋଲମୀ ।