ଶୁଭଙ୍କର ମିଶ୍ରଙ୍କ ନାଁରେ ଶ୍ରୀମନ୍ଦିର ଥାନାରେ ଏତଲା

0

ଓଡ଼ିଆ ନ୍ୟୁଜ୍: ସୋସିଆଲ ମିଡିଆ ଇନଫ୍ଲୟୁଏନସର୍ ଶୁଭଙ୍କର ମିଶ୍ରାଙ୍କ ପାଇଁ ଅଡ଼ୁଆ ବଢ଼ିଛି। ଶ୍ରୀମନ୍ଦିରରେ ପ୍ରେମୀଯୁଗଳଙ୍କ ପ୍ରବେଶ ଉପରେ ସେ ଦେଇଥିବା ବିବାଦୀୟ ଟିପ୍ପଣୀକୁ ନେଇ ଅସନ୍ତୋଷ କୁହୁଳିବାରେ ଲାଗିଛି। ଗତକାଲି ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ହେବା ନେଇ ସୂଚନା ଦେଇଥିବା ବେଳେ ଆଜି ଶ୍ରୀମନ୍ଦିର ସେବାୟତ ଗୌରହରି ପ୍ରଧାନ ସିଂହଦ୍ବାର ଥାନାରେ ଏତଲା ଦେଇଛନ୍ତି। ଦୃଢ଼ କାର୍ଯ୍ୟାନୁଷ୍ଠାନ ହେଉ ନଥିବାରୁ ବାରମ୍ବାର ଏଭଳି ଘଟଣାର ପୁନରାବୃତ୍ତି ହେଉଛି।

ଏଥିପାଇଁ ତୁରନ୍ତ ଆଇନରେ ଆବଶ୍ୟକୀୟ ସଂଶୋଧନ କରିବା ସହ ଶୁଭଙ୍କରଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି ଗୌରହରି।ଶୁଭଙ୍କର ସୋସିଆଲ୍ ମିଡିଆ ଇନଫ୍ଲୟୁଏନସର୍ ହୋଇଥିବାରୁ ତାଙ୍କ କଥା ଲୋକମାନେ ସହଜରେ ବିଶ୍ବାସ କରିଯାଉଛନ୍ତି। ଫଳରେ ଶ୍ରୀମନ୍ଦିରକୁ ନେଇ ଭକ୍ତଙ୍କର ରହିଥିବା ଅଗାଢ଼ ବିଶ୍ବାସ ତୁଟିବା ଆଶଙ୍କା ସୃଷ୍ଟି ହୋଇଛି। ଏଣୁ ଗୌରହରି ଏତଲା ଦେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

Leave A Reply

Your email address will not be published.