ଅଗ୍ନିଶମ ଓ ହୋମଗାର୍ଡ ଡିଜି ହେଲେ ବିନୟତୋଷ ମିଶ୍ର, ଅରୁଣ ରାୟ ଗୃହ ବିଭାଗ ଓଏସଡି

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ବରିଷ୍ଠ ଆଇପିଏଏସ୍‌  ସ୍ତରରେ ଛୋଟଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଏନେଇ ଗୃହ ବିଭାଗ ପକ୍ଷରୁ ଶନିବାର ବିଜ୍ଞପ୍ତି ଜାରି ହୋଇଛି। ବରିଷ୍ଠ ଆଇପିଏସ୍‌ ବିନୟତୋଷ ମିଶ୍ରଙ୍କୁ ଅଗ୍ନିଶମ ଓ ହୋମଗାର୍ଡ ଡିଜି ଭାବେ ଦାୟିତ୍ୱ ମିଳିଛି। ସେ ଏସ୍‌ସିଆରବି ନିର୍ଦ୍ଦେଶକ ସହ ଅତିରିକ୍ତ ଦାୟିତ୍ୱ ତୁଲାଇବେ। ସେହିପରି ରାଜ୍ୟ ସରକାର ଦୁଇ ଜଣ ବରିଷ୍ଠ ଆଇପିଏସ୍‌ଙ୍କୁ ଗୃହ ବିଭାଗ ଓଏସଡି ଭାବେ ବଦଳି କରିଛନ୍ତି। କମ୍ୟୁନିକେସନ ଡିଜି ଅରୁଣ ରାୟଙ୍କୁ ଗୃହ ବିଭାଗ ଓଏସଡି ଭାବେ ମୁତୟନ କରାଯାଇ ଥିବା ବେଳେ ଏଚ୍‌ଆରପିସି ସ୍ପେଶାଲ ଡିଜି ସିଦ୍ଧାର୍ଥ ନର୍ଭାଣେଙ୍କୁ ମଧ୍ୟ ଓଏସଡି ଭାବେ ନୂଆ ନିଯୁକ୍ତି ମିଳିଛି।

ସୁଚନାଯୋଗ୍ୟ, ମାର୍ଚ ଶେଷରେ ରାଜ୍ୟ ସରକାର ଆଜି ଆଇଏଏସ୍‍ ଅଫିସର ସ୍ତରରେ  ଛୋଟ ଅଦଳ ବଦଳ କରିଥିଲେ । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଆଇଏଏସ ସତ୍ୟବ୍ରତ ସାହୁଙ୍କୁ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରିଥିଲେ । ଶ୍ରୀ ସାହୁ ନିଜର ପୁରୁଣା ବିଭାଗ ସହ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଦିଆଯାଇଥିଲା ।  ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ମୋନା ଶର୍ମା ଚାକିରିରୁ ଅବସର ନେବା ପରେ ଶ୍ରୀ ସାହୁଙ୍କୁ ଅତିରିକ୍ତ ଭାବେ ଏହି ଦ୍ୱାୟିତ୍ୱ ପ୍ରଦାନ କରାଯାଇଥିଲା । ଶ୍ରୀ ସାହୁ ପୂର୍ବରୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପଦ ସହିତ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିସନର ଭଳି ଗୁରୁତ୍ୱପୂର୍ଣ୍ଣ ପଦରେ ଅତିରିକ୍ତ ଭାବେ ଦାୟିତ୍ୱ ନିର୍ବାହ କରୁଥିଲେ। ସେହିପରି ଯୋଜନା ଓ ସଂଯୋଜନ ବିଭାଗର ସ୍ୱତନ୍ତ୍ର ସଚିବ ଥିବା ଆଇଏଏସ ଚିତ୍ରା ଅରୁମୁଗମଙ୍କୁ ସାଧାରଣ ଉଦ୍ୟୋଗ ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଥିଲା ।

Leave A Reply

Your email address will not be published.