ଜବଲପୁର ସହରର ଏକ ଘରୋଇ ହସ୍ପିଟାଲରେ ଅଗ୍ନିକାଣ୍ଡରେ ୫ ଜଣଙ୍କର ମୃତ୍ୟୁ ହୋଇଛି। ସୋମବାର ଅପରାହ୍ଣରେ ଏଭଳି ଏକ ଦୁଃଖଦ ଘଟଣା ଘଟିଛି ମଧ୍ୟପ୍ରଦେଶର ଜବଲପୁରର ନ୍ୟୁ ଲାଇଫ୍ ମଲ୍ଟି ସ୍ପେସିଆଲିଟି ହସ୍ପିଟାଲରେ। ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ ପ୍ରାୟ ୫ ଲୋକଙ୍କ ମୃତଦେହ ଡାକ୍ତରଖାନାରୁ ବାହାର କରାଯାଇଛି। ଡାକ୍ତରଖାନାରେ କେତେ ରୋଗୀ ଭର୍ତ୍ତି ହୋଇଥିଲେ ସେ ସମ୍ପର୍କରେ ସୂଚନା ଏପର୍ଯ୍ୟନ୍ତ ଉପଲବ୍ଧ ନାହିଁ। ଏହି ଦୁର୍ଘଟଣାରେ ପ୍ରାୟ ଦେଢ଼ ଦର୍ଜନ ଲୋକ ମଧ୍ୟ ଜଳିଯାଇଛନ୍ତି। ସୂଚନାନୁସାରେ, ଏହି ଅଗ୍ନିକାଣ୍ଡରେ ୪ ଜଣ ରୋଗୀ ଜୀବନ୍ତ ଦଗ୍ଧ ହୋଇଛନ୍ତି। ବହୁ ପରିଶ୍ରମ ପରେ ଅଗ୍ନିଶମ ବାହିନୀ ନିଆଁକୁ ନିୟନ୍ତ୍ରଣକୁ ଆଣିଛନ୍ତି। ଅଗ୍ନିକାଣ୍ଡ ଯୋଗୁଁ ଡାକ୍ତରଖାନାରେ ଭୟର ବାତାବରଣ ସୃଷ୍ଟି ହୋଇଛି।
ଜଣା ଯେ ଏହି ହସ୍ପିଟାଲରେ ପ୍ରାୟ ୫୨ ଜଣ କର୍ମଚାରୀ ଅଛନ୍ତି। ନିଆଁ କିପରି ଆରମ୍ଭ ହେଲା ତାହାର ପ୍ରକୃତ ବିବରଣୀ ଏପର୍ଯ୍ୟନ୍ତ ଜଣା ପଡିନାହିଁ। ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ ପ୍ରାୟ ୫ ଲୋକଙ୍କ ମୃତଦେହକୁ ଡାକ୍ତରଖାନାରୁ ବାହାର କରାଯାଇଛି। ଡାକ୍ତରଖାନାରେ କେତେ ରୋଗୀ ଭର୍ତ୍ତି ହୋଇଥିଲେ ସେ ସମ୍ପର୍କରେ ସୂଚନା ଏପର୍ଯ୍ୟନ୍ତ ଉପଲବ୍ଧ ନାହିଁ। ପୋଲିସ ଅଧିକାରୀ ଏବଂ ଅଗ୍ନିଶମ ବିଭାଗର ଅଧିକାରୀଙ୍କ ଅନୁଯାୟୀ ଏହା ଏକ ବଡ଼ ଦୁର୍ଘଟଣା। ଡାକ୍ତରଖାନାରେ ସର୍ଚ୍ଚ ଅପରେସନ ଜାରି ରହିଛି।
ଶର୍ଟ ସର୍କିଟ୍ ଯୋଗୁ ଡାକ୍ତରଖାନାରେ ନିଆଁ ଲାଗିଥିବା କୁହାଯାଉଛି। ତଳ ମହଲାରେ ଶର୍ଟ ସର୍କିଟ୍ ହୋଇ ପ୍ରଥମେ ନିଆଁ ଲାଗିଥିଲା। ପରେ ଏହା ଡାକ୍ତରଖାନାର ପୂରା ତିନି ମହଲାକୁ ବ୍ୟାପୀ ଯାଇଥିଲା। ନିଆଁ ଲିଭା କାର୍ଯ୍ୟ ଶେଷ ହୋଇ ନଥିବା ବେଳେ ଡାକ୍ତରଖାନା ଭିତରେ ଆଉ କିଛି ଲୋକ ଫସି ରହିଥିବା ଜଣାପଡିଛି।
କୁହାଯାଏ ଯେ ଅଧିକାଂଶ କ୍ଷତି ପ୍ରଥମ ମହଲାରେ ହୋଇଛି। ଉପର ମହଲାର ଲୋକମାନେ କୌଣସି ପ୍ରକାରେ ଡେଇଁ ନିଜ ଜୀବନ ରକ୍ଷା କରିଛନ୍ତି। ଏହି ଘଟଣା ସମ୍ପର୍କରେ ଡାକ୍ତରଖାନା ପ୍ରଶାସନ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ବିବୃତ୍ତି ନାହିଁ। ମେୟର ଏବଂ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି। କୁହାଯାଇଛି ଯେ ଜଳି ଯାଇଥିବା ଲୋକଙ୍କୁ ଅନ୍ୟ ଡାକ୍ତରଖାନାକୁ ପଠାଯାଉଛି।