ଅହମଦାବାଦ କେମିକାଲ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ

0

ଓଡ଼ିଆ ନ୍ୟୁଜ୍: ଗୁଜରାଟ ଅହମଦାବାଦ ସ୍ଥିତ ଏକ କେମିକାଲ ଫ୍ୟାକ୍ଟ୍ରିରେ ଶୁକ୍ରବାର ଭୀଷଣ ଅଗ୍ନିକାଣ୍ଡ ଘଟିଛି। ଏହି ଦୁର୍ଘଟଣାରେ ୨ ଜଣ ଆହତ ହୋଇଥିବା ବେଳେ ସୂଚନା ପାଇ ଦମକଳ ବିଭାଗ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଛି। ନିଆଁ ଭୀଷଣ ରୂପ ଧାରଣ କରିଥିବା ବେଳେ ଆୟତ୍ତ କରିବା ପାଇଁ ଘଟଣାସ୍ଥଳରେ ୧୫ଟି ଦମକଳ ଗାଡ଼ି ଉଦ୍ୟମ ଜାରି ରଖିଛନ୍ତି। ଅହମଦାବାଦର ଭଟଭା ଜିଆଇଡିସି ଫେଜ-୪ସ୍ଥିତ ଜୟଶ୍ରୀ ଇଣ୍ଡଷ୍ଟ୍ରିଜରେ ଏହି ନିଆଁ ଲାଗିଥିବା ଜଣାପଡିଛି।

କାରଖାନାରେ ଡ୍ରମରେ ଭରି ରହିଥିବା କେମିକାଲରେ ବିସ୍ଫୋରଣ ହେଉଥିବାରୁ ନିଆଁ ଅଣାୟତ୍ତ ହେଉଛି। ତେବେ କେଉଁ କାରଣରୁ ନିଆଁ ଲାଗିଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରିନାହିଁ। ଦମକଳ ବିଭାଗ ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରୁଛି। କେମିକାଲ ଫ୍ୟାକ୍ଟ୍ରିରେ ନିଆଁ ଲାଗିବା ଯୋଗୁ ୨ ଜଣ କର୍ମଚାରୀ ପୋଡି ହୋଇ ଗୁରୁତର ଆହତ ହୋଇଛନ୍ତି। ଆହତ ମାନଙ୍କୁ ନିତିନ ଭାଇ (୫୫) ଓ ରାଜେଶ ଭାଇ (୪୦) ଭାବେ ଚିହ୍ନଟ କରାଯାଇଛି।

Leave A Reply

Your email address will not be published.