ଓଡ଼ିଆ ନ୍ୟୁଜ୍:ପାରାଦୀପର ଜିରୋ ପଏଣ୍ଟ ନିକଟରେ ଥିବା ଟେକ୍ନୋମାଉଣ୍ଟ-ମେଣ୍ଟାଲକ୍ରାଫ୍ଟ କମ୍ପାନି ପାଇପ ଷ୍ଟକୟାର୍ଡରେ ନିଆଁ ଲାଗିଛି। ଗଦା ହୋଇଥିବା ପ୍ଲାଷ୍ଟିକ ପାଇପ୍ ଜଳିବାରେ ଲାଗିଛି। ହୁତୁହୁତୁ ହୋଇ କୋଟି କୋଟି ଟଙ୍କାର ପାଇପ୍ ଜଳି ଯାଇଛି। ଘଟଣାସ୍ଥଳରେ ୭ ଅଗ୍ନିଶମ ଗାଡ଼ି ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି।
ଆଇଓସିଏଲର ତୈଳ ପାଇପ୍ ଲାଇନ୍ ବିଛାଇବା କାର୍ଯ୍ୟ ପାଇଁ ପାଇପ୍ ଷ୍ଟକୱାର୍ଡରେ ରହିଥିଲା । ପାଇପ୍ ଉପରେ ପିଚୁ ଓ ପ୍ଲାଷ୍ଟିକ କୋଟିଂ ରହିଥିବାରୁ ପାଇପ୍ ଭୟଙ୍କର ଭାବେ ଜଳିବାକୁ ଲାଗିଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି।