ପାକିସ୍ତାନ ସପକ୍ଷରେ ବାହାରିଲେ ପନ୍ନୁ

0

ଓଡ଼ିଆ ନ୍ୟୁଜ୍: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ, ବିଶ୍ୱବ୍ୟାପୀ ପାକିସ୍ତାନକୁ ନିନ୍ଦା କରାଯାଉଛି । ତେବେ ଖାଲିସ୍ତାନୀ ଆତଙ୍କବାଦୀ ଗୁରୁପତୱନ୍ତ ସିଂହ ପନ୍ନୁ କିନ୍ତୁ ପାକିସ୍ତାନକୁ କରିଛନ୍ତି ସମର୍ଥନ ।

ସେ କହିଥିଲେ ଯେ ସେ ଭାରତୀୟ ସେନାକୁ ପାକିସ୍ତାନ ଉପରେ ଆକ୍ରମଣ କରିବାକୁ ଦେବେ ନାହିଁ । ପନ୍ନୁ ଏହା ମଧ୍ୟ ଦାବି କରିଥିଲେ ଯେ ପାକିସ୍ତାନ ସହିତ ଯୁଦ୍ଧ କରିବାକୁ ଭାରତର ସାହସ ନାହିଁ । ଜମ୍ମୁ-କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଆକ୍ରମଣ କରିପାରେ ବୋଲି ପାକିସ୍ତାନ ସନ୍ଦେହ କରୁଥିବା ସମୟରେ ଏହି ବୟାନ ଆସିଛି।

ଗଣମାଧ୍ୟମ କହିବା ଅନୁଯାୟୀ, ପନ୍ନୁ କହିଛନ୍ତି, “ଆମେ ଭାରତୀୟ ସେନାକୁ ପଞ୍ଜାବ ଦେଇ ଯାଇ ପାକିସ୍ତାନ ଉପରେ ଆକ୍ରମଣ କରିବାକୁ ଦେବୁ ନାହିଁ। ସେ ଆହୁରି କହିଛନ୍ତି, ପାକିସ୍ତାନ ସହିତ ଲଢ଼ିବା ପାଇଁ ଭାରତର ସାହସ ନାହିଁ। ଆମେ ୨ କୋଟି ଶିଖ, ପାକିସ୍ତାନ ସହିତ ପଥର ପରି ଠିଆ ହୋଇଛୁ। ସେ ଅଭିଯୋଗ କରିଛନ୍ତି, ଭାରତରେ ଶିଖ ଏବଂ ଅନ୍ୟାନ୍ୟ ସଂଖ୍ୟାଲଘୁଙ୍କ ସହ ଦୁର୍ବ୍ୟବହାର କରାଯାଉଛି। ଏବେ ସମୟ ବଦଳି ଯାଇଛି, ଏହା ୧୯୬୫, କିମ୍ବା ୧୯୭୧ ନୁହେଁ, ୨୦୨୫।

Leave A Reply

Your email address will not be published.