ଓଡ଼ିଆ ନ୍ୟୁଜ୍ : ବଡ଼ପଡ଼ିଆ ପରିବା ମାର୍କେଟ୍ରେ ଭୟାବହ ଅଗ୍ନିକାଣ୍ଡ।୫୦ରୁ ଅଧିକ ଦୋକାନ ଓ ଏକାଧିକ ବାଇକ୍ ପୋଡ଼ି ପାଉଁଶ। ପ୍ରାୟ ୩ ଘଣ୍ଟା ପରେ ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍। ୮ରୁ ଉର୍ଦ୍ଧ୍ୱ ଅଗ୍ନିଶମ ଟିମ୍ ଆସି ନିଆଁକୁ କଲେ ଆୟତ୍ତ।ବିଦ୍ୟୁତ୍ ସର୍ଟସର୍କିଟ୍ କିମ୍ବା ଧୂପରୁ ନିଆଁ ଲାଗିଥିବା ଆଶଙ୍କା।
ଖବର ଅନୁଯାୟୀ, ବିଳମ୍ବିତ ରାତ୍ରି ପାଖାପାଖି ଦୁଇଟା ସମୟରେ ଏକ ଦୋକାନରେ ଲାଗିଥିବା ନିଆଁ ଚାହୁଁଚାହୁଁ ସମଗ୍ର ପରିବା ମାର୍କେଟ ବ୍ୟାପି ଯାଇଥିଲା l ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ କିଛି ମୁହୁର୍ତ୍ତ ଭିତରେ ସମଗ୍ର ପରିବା ମାର୍କେଟ ନିଆଁ ରେ ପୋଡି ଛାରଖାର ହୋଇଯାଇଥିଲା। ପରିବା, ଟଙ୍କା, ଓଜନକଣ୍ଟା, ସାଇକେଲ, ବାଇକ, ବିଭିନ୍ନ ଆସବାବପତ୍ର ସମ୍ପୂର୍ଣ ଜଳିପୋଡି ପାଉଁଶ ହୋଇଯାଇଛି l ୬ଟି ନିଆଁଲିଭା ଗାଡି ଦୁଇ ଘଣ୍ଟାରୁ ଉର୍ଦ୍ଧ ସମୟ ଧରି ଅକ୍ଲାନ୍ତ ପରିଶ୍ରମ କରିବା ପରେ ନିଆଁକୁ ଆୟତ୍ତ କରିଥିଲେ l ପରିବା ମାର୍କେଟରେ ଥିବା ଅସ୍ଥାୟୀ ପିଣ୍ଡି ଗୁଡିକ ବାଉଁଶ ଓ ପାଲରେ ତିଆରି ହୋଇଥିବାରୁ ନିଆଁ ଲାଗିବା ପରେ ଏହାକୁ ଆୟତ୍ତ କରିବା କଷ୍ଟକର ହୋଇ ପଡିଥିଲା ବୋଲି ବଣିକ ସଙ୍ଘ ଅଭିଯୋଗ କରିଛି।