ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ତେଲେଙ୍ଗାନାର ସିକନ୍ଦରାବାଦଠାରେ ଅଗ୍ନିକାଣ୍ଡ ଯୋଗୁଁ ହୋଇଥିବା ମୃତ୍ୟୁରେ ଶୋକ ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହାସହ ତାଙ୍କ ପାଇଁ ସହାୟତା ରାଶି ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ପାଣ୍ଠିରୁ ମୃତକମାନଙ୍କ ନିକଟତମ ପରିଜନଙ୍କୁ ସହାୟତା ରାଶି ପ୍ରଦାନ କରାଯିବ ବୋଲି ସେ ଘୋଷଣା କରିଛନ୍ତି।
ପ୍ରଧାନମନ୍ତ୍ରୀଙ୍କ କାର୍ୟ୍ୟାଳୟ ପକ୍ଷରୁ ଟ୍ୱିଟ୍ ଟୁଇଟ କରି କୁହାଯାଇଛି, “ତେଲେଙ୍ଗାନାର ସିକନ୍ଦରାବାଦରେ ଅଗ୍ନିକାଣ୍ଡ ଯୋଗୁଁ ହୋଇଥିବା ମୃତ୍ୟୁ ଘଟଣାରେ ଦୁଃଖିତ। ଶୋକସନ୍ତପ୍ତ ପରିବାରଗୁଡିକୁ ସମବେଦନା। ଆହତମାନଙ୍କ ଦ୍ରୁତ ଆରୋଗ୍ୟ କାମନା କରୁଛି। ପିଏମଏନଆରଏଫରୁ ମୃତକମାନଙ୍କ ନିକଟତମ ପରିଜନଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ଓ ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରାଯିବ।’’ ଏହାସହ ସମସ୍ତ ମୃତକ ଓ କ୍ଷତିଗ୍ରସ୍ତଙ୍କ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସହାୟତା ଯୋଗାଇ ଦିଆଯିବ ।