ଆଜିଠାରୁ ଆରମ୍ଭ ହେଉଛି ଏସସିଓ ସମ୍ମିଳନୀ: ସାମ୍ନାସାମ୍ନି ହେବେ ମୋଦୀ ଓ ଜିନପିଙ୍ଗ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଆଜିଠାରୁ ଆରମ୍ଭ ହେଉଛି ତିନିଦିନିଆ ଏସସିଓ ସମ୍ମିଳନୀ । ଉଜବେକିସ୍ତାନର ସମରକନ୍ଦରେ ଆଜିଠାରୁ ଏହି ସାଂଘାଇ ସହଯୋଗ ସମ୍ମିଳନୀରେ ଆୟୋଜିତ ହେଉଛି । ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚୀନ ରାଷ୍ଟ୍ରପତି ସି ଜିନ୍ ପିଙ୍ଗ ଯୋଗଦେବେ । ସେଠାରେ ଚୀନ ରାଷ୍ଟ୍ରପତି ସି ଜିଙ୍ଗପିଙ୍ଗଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ମୋଦି । ଏହାରି ଭିତରେ ମୋଦୀ ଓ ସି ଜିନପିଙ୍ଗଙ୍କ ମଧ୍ୟରେ ସୀମା ବିବାଦ ବିଷୟରେ ଆଲୋଚନା ହୋଇପାରେ ବୋଲି ଅନୁମାନ କରାଯାଉଛି ।

ସେପଟେ ଭାରତ ଓ ଚୀନ ଲଦାଖ ଗୋଗ୍ରା ହଟ ସ୍ପ୍ରିଙ୍ଗ ସୀମାରୁ ସୈନ୍ୟ ପ୍ରତ୍ୟାହାର ଶେଷ କରିଛନ୍ତି। ୧୬ ରାଉଣ୍ଡ କମାଣ୍ଡରସ୍ତରୀୟ ଆଲୋଚନା ପରେ ସୈନ୍ୟ ପ୍ରତ୍ୟାହାର ପାଇଁ ଉଭୟ ପକ୍ଷ ମଧ୍ୟରେ ସହମତି ପ୍ରକାଶ ପାଇଥିଲା। ଗତ ସପ୍ତାହରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଦୁଇ ଦେଶର ସେନା ପ୍ରତ୍ୟାହାର ପ୍ରକ୍ରିୟା ଶେଷ କରିଛନ୍ତି। ମେ ୨୦୨୦ରେ ଦୁଇ ଦେଶ ମଧ୍ୟରେ ଖଣ୍ଡ ଯୁଦ୍ଧ ହୋଇଥିଲା। ଯାହା ପରେ ଦୁଇ ଦେଶ ସୀମାର ବିଭିନ୍ନ ପଏଣ୍ଟରେ ସୈନ୍ୟ ଠୁଳ କରିବା ସହିତ ଟକରାଟକରି ଅବସ୍ଥାରେ ରହିଥିଲେ। ଏଥିସହିତ ସମାନ୍ତରଳ ଭାବେ ଦୁଇ ଦେଶ ମଧ୍ୟରେ କମାଣ୍ଡର ସ୍ତରୀୟ ଆଲୋଚନା ମଧ୍ୟ ଜାରି ରହିଥିଲା।

 

Leave A Reply

Your email address will not be published.