କେନ୍ଦ୍ରାପଡ଼ାରେ ଫୁଟିଲା ଗୁଳି

0

ଓଡ଼ିଆ ନ୍ୟୁଜ୍: କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଡେରାବିଶ ବ୍ଲକ ଇନ୍ଦାଳୋ ପଞ୍ଚାୟତ ବାଲିସାହିଠାରେ ଗୁଳିମାଡ଼ ହୋଇଛି। ରବିବାର ଅପରାହ୍ନରେ ୪ ଜଣ ଦୁର୍ବୃତ୍ତ ଗୁଳିମାଡ଼ କରି ଫେରାର ହୋଇଯାଇଛନ୍ତି। ଏହି ଗୁଳିକାଣ୍ଡରେ ଜଣେ ଗୁରୁତର ହୋଇଛନ୍ତି। ଗୁରୁତର ଜଣକ ହେଲେ କୁଦନଗରୀ ଥାନା ଅନ୍ତର୍ଗତ ବଡ଼ବେତରା ପଞ୍ଚାୟତର ବିନ୍ଧାଳୋ ଗ୍ରାମର ଗୌତମ ମଲ୍ଲିକ ଓରଫ ବାବୁ। ଗୁରୁତର ବାବୁଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଯାଇଛି।

ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ ଅପରାହ୍ନ ପ୍ରାୟ ୨ଟା ସମୟରେ ଗୌତମ କରାଣ୍ଡିଆ ନଦୀବନ୍ଧରେ ଯାଉଥିବାବେଳେ ପଛରୁ ଦୁଇଟି ବାଇକ୍‌ ଯୋଗେ ଆସିଥିବା ଦୁର୍ବୃତ୍ତ ଗୌତମଙ୍କ ଉପରକୁ ହଠାତ୍‌ ଗୁଳି ଚାଳନା କରି ଫେରାର ହୋଇଯାଇଥିଲେ। ଏହି ଘଟଣା ପରେ ସ୍ଥାନୀୟ ଲୋକ ଆମ୍ବୁଲାନ୍ସ ଗୌତମଙ୍କୁ ଚିକିତ୍ସା ପାଇଁ ପଠାଇବା ସହିତ ସଦର ପୋଲିସକୁ ଖବର ଦେଇଥିଲେ। ଏହି ଗୁଳିମାଡ଼ କାରଣ ଅସ୍ପଷ୍ଟ ଥିବାବେଳେ ବାଲି ବାଲିଘାଟ ଅଥବା ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୁଳିମାଡ଼ ହୋଇଥିବା ଆଲୋଚନା ହେଉଛି।

Leave A Reply

Your email address will not be published.