ସାରା ଦେଶରେ ବନ୍ୟା ବିତ୍ପାତ: ମହାରାଷ୍ଟ୍ର, ଗୁଜୁରାଟ, ତେଲେଙ୍ଗାନାରେ ସ୍ଥିତି ଭୟଙ୍କର

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ସାରା ଦେଶରେ ବନ୍ୟା ବିତ୍ପାତ । ସବୁଠି ଖଶଲି ପାଣି ଆଉ ପାଣି । ଦେଶର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଦେଶର ୨୫ଟି ରାଜ୍ୟରେ ଏବେ ପ୍ରବଳ ବର୍ଷା ଜାରି ରହିଛି । ମହାରାଷ୍ଟ୍ର, ଗୁଜରାଟ, ତେଲେଙ୍ଗାନା, ହିମାଚଳ ଓ ଜାମ୍ମୁ ସମେତ କିଛି ରାଜ୍ୟରେ ବନ୍ୟା ପରିସ୍ଥିତି ଲୋକଙ୍କ ଜୀବନ ଜୀବିକାକୁ ଦୁର୍ବିସହ କରିଦେିଛି । ମହାରାଷ୍ଟ୍ରରେ ବନ୍ୟା ଓ ଭୂସ୍ଖଳନ ଯୋଗୁଁ ଏ ପର୍ୟ୍ୟନ୍ତ ୯୯ ଲୋକଙ୍କ ଜୀବନ ଯାଇଥିବାବେଳେ ଗୁଜରାଟରେ ୯୫ ଲୋକ ମୃତ୍ୟୁବରଣ କରିଛନ୍ତି । ତେଲେଙ୍ଗାନାର ବାରଙ୍ଗଲ, ପେଡାପଲ୍ଲୀକଇ ଓ ଭଦ୍ରାଦୀ-କୋଠାଗୁଡେମ ଜିଲ୍ଲାରେ ବନ୍ୟା ଯୋଗୁଁ ୨୦ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି ।

ମହାରାଷ୍ଟ୍ର ପାଲଘରର ମୁଖ୍ୟ ନଦୀ ବୈତରଣା, ତାନସା ବିଦ ସଂକେତ ଉପରେ ପ୍ରବାହିତ ହେଉଛି । ମୁମ୍ବାଇର ତାନସା ଝରଣାର ଜଳ ଉଛୁଳି ଜନବସତି ଆଡ଼କୁ ମାଡ଼ିଚାଲିଛି । ଗୁରୁବାର ମହାରାଷ୍ଟ୍ରରେ ୪ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ପ୍ରବଳ ବର୍ଷାରେ ମହାରାଷ୍ଟ୍ରର ଚନ୍ଦ୍ରପୁରରେ ବନ୍ୟା ସ୍ଥିତି ଉପୁଜିଛି । ଏଠାରେ ୯୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରିଛନ୍ତି ।

ସେହିପରି ଲାତୁର ଜିଲ୍ଲାରେ ପ୍ରବଳ ବର୍ଷା ଓ ବନ୍ୟା ଆଶଙ୍କାକୁ ଦୃଷ୍ଟିରେ ରଖି ସମସ୍ତ ସ୍କୁଲକୁ ୧୫ ଓ ୧୬ ଦୁଇଦିନ ପାଇଁ ଛୁଟି ଘୋଷଣା କରାଯାଇଛି । ଗୁଜରାଟର କିଛି ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି । ଅହମ୍ମଦାବାଦରେ କିଛିଦିନ ହେବ ଲଗାତାର ବର୍ଷା ହେବା ଯୋଗୁଁ ବହୁ ସ୍ଥାନ ଜଳବନ୍ଦୀ ହୋଇ ରହିଛି । ବର୍ଷା କାରଣରୁ ରାଜ୍ୟରେ ଗତ ୨୪ଘଣ୍ଟାରେ ୧୨ ଜଣଙ୍କର ମୃତ୍ୟୁ ହୋଇଛି । ସୁବଠି ଲୋକମାନଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

 

Leave A Reply

Your email address will not be published.