ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଦୁଇ ବର୍ଷ ପରେ ଆରମ୍ଭ ହେଲା ଫୁଲ ପ୍ରଦର୍ଶନୀ । ମନ ମୋହୁଛି ଏକାମ୍ରକାନନର ବଟନିକାଲ ଗାର୍ଡେନ । ଫୁଲ ବଗିଚାରେ ଅନେକ କିସମର ଫୁଲର ସମାହାର । ସୁନ୍ଦର୍ ସୁନ୍ଦର୍ ଫୁଲ ର ସମାହର । ଯୁଆଡେ ଦେଖିଲେ ଖାଲି ଫୁଲ ହିଁ ଫୁଲ । ମନ ଜିଣୁଛି ନାଲି ହଳଦିଆ ପିଙ୍କ ଗୋଲାପ, ଡାହାଲିଆର ଡଉଲ ରୂପରେ ବିମୋହିତ ଦର୍ଶକ । ସେବତୀ , ଗେଣ୍ଡୁ, ଜରବେର।, ଜିନିଆ , କାଲେନଡୁଲା , ଲିଲିୟମ୍ ,ଗ୍ଲାଡିଓଲି , ଆନଥୁରିୟମ୍ , ସାଲଭିଆ ଆଣ୍ଟିରିନିୟମ୍ ପରି ଭଲି ଭଲି କି ଫୁଲ ବେଶ୍ ମନଲୋଭା ।
ଭୁବନେଶ୍ୱର ଏକାମ୍ରକାନନର ବଟନିକାଲ ଗାର୍ଡେନରେ ଦୁଇ ଦିନିଆ ଫ୍ଲାୱର ସୋ ଉତ୍ସବ । ଏହି ଅବସରରେ ଜଙ୍ଗଲ ଓ ପରିବେଶ ବିଊଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଯୋଗ ଦେଇ ପୁଷ୍ପ ପ୍ରଦର୍ଶନୀ ଉଦଘାଟନ କରିଛନ୍ତି । ଦୁଇ ଦିନିଆ ଫ୍ଲାୱର୍ ସୋ ଆୟୋଜିତ ହେଉଥିବା ବେଳେ ଏହାର ଖୋଲା ସ୍ଥାନରେ ୩୦ ଟି ଷ୍ଟଲ ମଧ୍ୟରୁ ୧୬ ଟି ସ୍ୱତନ୍ତ୍ର ପ୍ରସ୍ତୁତି ହୋଇଚି । ଗତ ଦୁଇ ବର୍ଷ କୋଭିଡ୍ ପାଇଁ ଲାଗି ବନ୍ଦ ରହିଥିବା ବେଳେ ପୁନର୍ବାର ଏହି ଫୁଲ ସମ୍ବାର ଦେଖିବା ପାଇଁ ଲୋକଙ୍କ ମଧ୍ୟ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି ।