ଓଡ଼ିଆ ନ୍ୟୁଜ୍: କୋରାପୁଟ ସେମିଳିଗୁଡ଼ା ଫରେଷ୍ଟରଙ୍କ ବିପୁଳ ସଂପତ୍ତି ଠାବ।ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ବିପୁଳ ସଂପତ୍ତି ଠାବ କଲା ଭିଜିଲାନ୍ସ।ଫରେଷ୍ଟରଙ୍କର ଭୁବନେଶ୍ବର ଝାରପଡ଼ାରେ ଅଛି ୨ଟି ବହୁତଳ କୋଠା। ବର୍ତ୍ତମାନ ସୁଦ୍ଧା ଠାବ ହୋଇଥିବା ମୁଖ୍ୟ ସମ୍ପତ୍ତି ଗୁଡିକ ହେଉଛି, ଭୁବନେଶ୍ୱରସ୍ଥିତ ଝାରପଡ଼ା ଅଞ୍ଚଳରେ ୨ଟି ବିଶାଳ ତିନି ମହଲା କୋଠା (ପ୍ରତ୍ୟେକ ୪୦୫୦ ବର୍ଗଫୁଟ୍)। ଭୁବନେଶ୍ୱରର ପ୍ରମୁଖ ସ୍ଥାନ, ଜଗତସିଂହପୁର ସହର ଓ ସେମିଳିଗୁଡ଼ାରେ ମୋଟ ୭ଟି ଦାମୀ ପ୍ଲଟ୍। ସେମିଳିଗୁଡ଼ାରେ ଆଉ ଗୋଟିଏ ଘର (ପ୍ରାୟ ୧୨୫୦ ବର୍ଗଫୁଟ୍)।
ଏଥିସହିତ ପ୍ରାୟ ୧ କିଲୋଗ୍ରାମ (କେଜିଏ) ସୁନା ଅଳଙ୍କାର। ଘରୁ ରୂପା ହାତୀ ସମେତ ଅନେକ ରୂପା ସାମଗ୍ରୀ ମଧ୍ୟ ଜବତ ହୋଇଛି। ନଗଦ ୮ ଲକ୍ଷ ୭୦ ହଜାର ଟଙ୍କା ଏବଂ କିଛି ବିଦେଶୀ ମୁଦ୍ରା। ଗୋଟିଏ ଟାଟା ହାରିଅର୍ ୪-ଚକିଆ ଗାଡ଼ି ସହ ୩ଟି ୨-ଚକିଆ ଗାଡ଼ି ଠାବ ହୋଇଛି।