ପର ଲୋକରେ କ୍ରିକେଟ କିମ୍ବଦନ୍ତୀ ଶେନ୍‌ ଓ୍ବର୍ନ

0

ଅଷ୍ଟ୍ରେଲିଆର କିମ୍ବଦନ୍ତୀ କ୍ରିକେଟର ଶେନ୍‌ ଓ୍ବର୍ନଙ୍କ ପରଲୋକ ହୋଇଛି।ଅଷ୍ଟ୍ରେଲିଆର କ୍ରିକେଟର ତଥା ପୂର୍ବତନ ମହାନ ଲେଗ୍‌ ସ୍ପିନର ଶେନ୍‌ ଓ୍ବର୍ନଙ୍କର ୫୨ ବର୍ଷରେ ପରଲୋକ ଘଟିଛି। ଦୁନିଆର ସର୍ବୋତ୍ତମ ସ୍ପିନରଙ୍କ ମଧ୍ୟରୁ ଶେନ୍ ଥିଲେ ଜଣେ। ଥାଇଲ୍ୟାଣ୍ଡର କୋହ ସାମୁଇରେ ଥିବା ତାଙ୍କ ଭିଲ୍ଲାରେ ତାଙ୍କୁ ଚେତାଶୂନ୍ୟ ଅବସ୍ଥାରେ ଦେଖିବାକୁ ମିଳିଥିଲା। ଶେନ ଓ୍ବର୍ନର ମ୍ୟାନେଜମେଣ୍ଟ ମ୍ୟାନେଜରଙ୍କ ଦ୍ଵାରା ଜାରି ଏକ ବିବୃତ୍ତିରେ ଏହି ଖବର ନିଶ୍ଚିତ ହୋଇଛି। ୫୨ ବର୍ଷ ବୟସରେ ବିଶ୍ୱର କ୍ରିକେଟ୍ କିମ୍ବଦନ୍ତୀର ଦେହାନ୍ତ ହେବା କ୍ରୀଡା ପ୍ରଶଂସକଙ୍କ ପାଇଁ ଏକ ବଡ ଝଟକା।ତେବେ ଓ୍ବାର୍ନଙ୍କ ପରଲୋକ ନେଇ ଖବର ଜଣାପଡ଼ିବା ପରେ ଅଷ୍ଟ୍ରେଲିୟ କ୍ରିକେଟ ଜଗତରେ ଶୋକର ଛାୟା ଖେଳିଯାଇଛି।

ସଚିନ ୱାର୍ନ ବିଶ୍ୱ କ୍ରିକେଟରେ ଏପରି ଏକ ନାମ ଯିଏ ତାଙ୍କ ବୋଲିଂ ମାଧ୍ୟମରେ ସ୍ପିନର ଅର୍ଥ ବଦଳାଇଥିଲେ। ତାଙ୍କ ବୋଲିଂ ପାଇଁ ୱାର୍ଣ୍ଣ ଦୁନିଆରେ ଏକ ଉଦାହରଣ ସୃଷ୍ଟି କରିଛନ୍ତି ଯାହା କ୍ରିକେଟ୍ ଇତିହାସରେ ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବ। ସେ କେବଳ ଖେଳ ପଡିଆରେ ୱିକେଟ୍ ନେଇ ନଥିଲେ ବରଂ ତାଙ୍କ ଖେଳ ସହିତ ସମସ୍ତ କ୍ରିକେଟ୍ ପ୍ରଶଂସକଙ୍କ ହୃଦୟ ଜିତିଥିଲେ।

୧୯୬୯ରେ ଜନ୍ମ ଗ୍ରହଣ କରିଥିବା ଶେନ୍‌ ଓ୍ବର୍ନ ଅଷ୍ଟ୍ରେଲିଆ ପାଇଁ ୧୪୫ଟି ଟେଷ୍ଟ, ୧୯୪ଟି ଦିନିକିଆ ମ୍ୟାଚ ଖେଳିଛନ୍ତି । ସେ ଟେଷ୍ଟରେ ୭୦୮ଟି ଓ୍ବିକେଟ ନେବା ସହ ୩୧୫୪ରନ ବି କରିଛନ୍ତି । ୩୭ ଥର ସେ ୫ ଓ୍ବିକେଟ ସଫଳତା ପାଇଛନ୍ତି । ଗୋଟିଏ ଇନିଂସରେ ସେ ୭୧ ରନ ଦେଇ ୮ଟି ଓ୍ବିକେଟ ନେଇଥିଲେ । ସେହିପରି ଦିନିକିଆରେ ସେ ୨୯୩ଟି ଓ୍ବିକେଟ ନେଇଛନ୍ତି ଓ ଥରେ ୫-ଓ୍ବିକେଟ ସଫଳତା ପାଇଛନ୍ତି ।

 

 

 

 

Leave A Reply

Your email address will not be published.