ପରଲୋକରେ କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମେନ ଚାଣ୍ଡି

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): କେରଳରୁ ଆସିଛି ଏକ ଦୁଃଖଦ ଖବର । ବରିଷ୍ଠ କଂଗ୍ରେସ ନେତା ତଥା କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମେନ ଚାଣ୍ଡିଙ୍କ ପରଲୋକ ହୋଇଛି । ୭୯ ବର୍ଷ ବୟସରେ ଆଜି ସକାଳେ ତାଙ୍କର ଦେହାନ୍ତ ହୋଇଛି । କିଛି ମାସ ହେବ ସେ ଅସୁସ୍ଥ ଥିଲେ । ବେଙ୍ଗାଲୁରୁର ଏକ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା । ଆଜି ତାଙ୍କର ଦେହାନ୍ତ ହୋଇଥିବା ତାଙ୍କ ପୁଅ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ସେ ୨୦୦୪ରୁ ୨୦୦୬ ଓ ୨୦୧୧ରୁ ୨୦୧୬ ପର୍ୟ୍ୟନ୍ତ କେରଳର ମୁଖ୍ୟମନ୍ତ୍ରୀ ଥିଲେ । ସେ ୧୨ ଥର ବିଧାନସଭା ନିର୍ବାଚନ ଜିତିଛନ୍ତି ।

କରୁଣାକରଣ ଓ ଏ କେ ଆଣ୍ଟୋନୀ ସରକାରରେ ମନ୍ତ୍ରୀ ଥିଲେ । ଗୃହ ଓ ଅର୍ଥ ମନ୍ତ୍ରାଳୟର ଦାୟିତ୍ୱ ସମ୍ଭାଳିଥିଲେ । କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ଯାତ୍ରାରେ ବି ସେ ସାମିଲ ହୋଇଥିଲେ । ତାଙ୍କ ମୃତ୍ୟୁରେ ସମ୍ପୂର୍ଣ୍ଣ ଅଞ୍ଚଳରେ ଖେଳିଯାଇଛି ଶୋକର ଛାୟା ।

Leave A Reply

Your email address will not be published.