ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପତ୍ନୀଙ୍କୁ ଜାଳିଦେଲେ

0

ଓଡ଼ିଆ ନ୍ୟୁଜ୍: ନେପାଳରେ ସ୍ଥିତି ଅଣାୟତ୍ତ; ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପତ୍ନୀଙ୍କୁ ଜାଳିଦେଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ଝଲାନାଥ ଖଲାନଙ୍କ ସ୍ତ୍ରୀଙ୍କୁ ଜାଳି ମାରିଦେଲେ ବିକ୍ଷୋଭକାରୀ।ବିକ୍ଷୋଭକାରୀଙ୍କ କବ୍‌ଜାରେ ପୂରା ରାଜଧାନୀ କାଠମାଣ୍ଡୁ।ନେପାଳରେ ଚାଲିଥିବା ବିରୋଧ ପ୍ରଦର୍ଶନ ମଧ୍ୟରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ବିକ୍ଷୋଭକାରୀଙ୍କ ଏକ ଦଳ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଝଲନାଥ ଖାନଲଙ୍କ ଘର ଉପରେ ଆକ୍ରମଣ କରି ନିଆଁ ଲଗାଇ ଦେଇଛନ୍ତି। ଏହି ଘଟଣାରେ ଖାନଲଙ୍କ ପତ୍ନୀ ରାଜ୍ୟଲକ୍ଷ୍ମୀ ଚିତ୍ରକରଙ୍କୁ ମଧ୍ୟ ଟାର୍ଗେଟ କରାଯାଇଥିଲା ଓ ତାଙ୍କ ଶରୀରରେ ନିଆଁ ଲଗାଇଦିଆଯାଇଥିଲା । ସେ ଗୁରୁତର ଭାବରେ ପୋଡ଼ିଯାଇ ମୃତ୍ୟୁବରଣ କରିଥିଲେ।

ଘଟଣାଟି ଡାଲ୍ଲୁସ୍ଥିତ ତାଙ୍କ ବାସଭବନରେ ଘଟିଥିଲା, ଯେଉଁଠାରେ ପ୍ରତିବାଦକାରୀମାନେ ତାଙ୍କୁ ଘର ଭିତରେ ଘେରି ନିଆଁ ଲଗାଇ ଦେଇଥିଲେ। ପରିବାର ସୂତ୍ରରୁ ଜଣାପଡିଛି ଯେ, ତାଙ୍କୁ ଗୁରୁତର ଅବସ୍ଥାରେ କୀର୍ତ୍ତିପୁର ବର୍ନ ହସ୍ପିଟାଲକୁ ନିଆଯାଇଥିଲା, ଯେଉଁଠାରେ ତାଙ୍କର ଚିକିତ୍ସା ସମୟରେ ମୃତ୍ୟୁ ହୋଇଥିଲା। ଏହି ଘଟଣା ଯୋଗୁଁ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇଛି। ସୋମବାରଠାରୁ ଆରମ୍ଭ ହୋଇଥିବା ଜେନ-ଜି ପ୍ରଦର୍ଶନ ଏବେ ଅଧିକ ହିଂସାତ୍ମକ ହୋଇଯାଇଛି। ଏହି ଆକ୍ରମଣ ବିଷୟରେ ଏପର୍ଯ୍ୟନ୍ତ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ବିବୃତ୍ତି ଜାରି କରାଯାଇ ନାହିଁ।

 

 

Leave A Reply

Your email address will not be published.