ସଡକ ଦୁର୍ଘଟଣାରେ ଟାଟା ଗ୍ରୁପ୍‌ର ପୂର୍ବତନ ଅଧ୍ୟକ୍ଷ ସାଇରସ୍ ମିସ୍ତ୍ରୀଙ୍କ ମୃତ୍ୟୁ; ମୁମ୍ବାଇର ପାଲଘରରେ ଅଞ୍ଚଳରେ ଦୁର୍ଘଟଣା

0

ଟାଟା ଗ୍ରୁପ୍‌ର ପୂର୍ବତନ ଚେୟାରମ୍ୟାନ୍ ସାଇରସ୍ ମିସ୍ତ୍ରୀଙ୍କ ଦେହାନ୍ତ ହୋଇଛି। ସାଇରସ୍ ମିଷ୍ଟ୍ରି ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ଏହି ସଡ଼କ ଦୁର୍ଘଟଣା ମୁମ୍ବାଇ ନିକଟସ୍ଥ ପାଲଘର ଅଞ୍ଚଳରେ ଘଟିଛି। ଦୁର୍ଘଟଣା ପରେ ସାଇରସ୍ ମିସ୍ତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ କାର ରୋଡ଼ର ଡିଭାଇଡରେ ପିଟି ହୋଇ ଦୁର୍ଘଟଣା ହୋଇଥିଲା। କାରରେ ୪ ଜଣ ଥିଲେ। ଅନ୍ୟ ମାନେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି।

ରତନ ଟାଟା ଟାଟା ସନ୍ସର ଚେୟାରମ୍ୟାନ୍ ପଦରୁ ଇସ୍ତଫା ଦେବା ପରେ ତାଙ୍କୁ ଚେୟାରମ୍ୟାନ୍ ପଦର ଦାୟିତ୍ଵ ଦିଆଯାଇଥିଲା। ତେବେ ୪ ବର୍ଷ ମଧ୍ୟରେ, ଅକ୍ଟୋବର ୨୪, ୨୦୧୬ ରେ ତାଙ୍କୁ ଟାଟା ସନ୍ସ ଅଧ୍ୟକ୍ଷ ପଦରୁ ମଧ୍ୟ ବରଖାସ୍ତ କରାଯାଇଥିଲା। ତାଙ୍କ ସ୍ଥାନରେ ରତନ ଟାଟାଙ୍କୁ ମଧ୍ୟବର୍ତ୍ତୀକାଳୀନ ଅଧ୍ୟକ୍ଷ କରାଯାଇଥିଲା। ଏହା ପରେ ଏନ ଚନ୍ଦ୍ରଶେଖରନଙ୍କୁ ନୂତନ ଅଧ୍ୟକ୍ଷ ଭାବରେ ଦାୟିତ୍ଵ ଦିଆଗଲା।

Leave A Reply

Your email address will not be published.