ଯାଜପୁର:ଟିଉସନ ଯାଇ ପୋଖରୀରୁ ଉଦ୍ଧାର ହେଲା ନାବାଳିକାର ମୃତଦେହ, କମେଣ୍ଟମରାରୁ ହତ୍ୟା କରାଯାଇଥିବା ପରିବାର ଲୋକଙ୍କ ଅଭିଯୋଗ

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  ରାସ୍ତା କଡ଼ ପୋଖରୀରୁ ମିଳିଲା ନବମ ଶ୍ରେଣୀ ଛାତ୍ରୀଙ୍କ ମୃତ ଦେହ। ଏହା କୌଣସି ଦୁର୍ଘଟଣା ନା ହତ୍ୟା ତାକୁ ନେଇ ସସପେନ୍ସ ଲାଗି ରହିଛି। ଗତକାଲି ଅପରାହ୍ନରେ ବିଂଝାରପୁର ବରୀକୁଳ ଗାଁ ଅମୂଲ୍ୟ ଦାସ ଙ୍କ ଝିଅ ଅମ୍ରିତା ଟିଉସନ ହେବାକୁ ମଙ୍ଗଳପୁର ଥାନା ବାବଳପୁର ଗାଁ କୁ ଯାଇଥିଲେ। ସେଠାରେ ଟିଉସନ ସାରି ଘରକୁ ଫେରୁଥିବା ବେଳେ ଏଭଳି ଅଘଟଣ ଘଟିଛି। ପରିବାର ଲୋକେ ଖୋଜାଖୋଜି କରିବାରେ ଅମ୍ରିତା ର ବ୍ୟାଗ ନନ୍ଦିପୁର ନିକଟସ୍ଥ ପୋଖରୀ ରେ ଭାସୁଥିବା ଦେଖି ଖୋଜାଖୋଜି କରିଥିଲେ। ସେଠାରୁ ଅମ୍ରିତା କୁ ଗୁରୁତର ଅବସ୍ଥାରେ ଯାଜପୁର ମୁଖ୍ୟ ଡାକ୍ତର ଖାନା ରେ ଭର୍ତି କରିଥିଲେ। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଏହା କୌଣସି ଦୁର୍ଘଟଣା ନୁହେଁ ବରଂ ଏହା ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି।

ସୂଚନା ମୁତାବକ ଘଟଣା ସ୍ଥଳ ଟି ଉଭୟ ବିଂଝାରପୁର ଓ ମଙ୍ଗଳପୁର ଥାନା ଅଂଚଳର ସୀମାନ୍ତ ରେ ରହିଛି। ଫଳରେ ସେହି ଅଞ୍ଚଳରେ ପୋଲିସ ର କୌଣସି ପ୍ରଭାବ ନାହିଁ । ଯାହାଫଳରେ ସେହି ଅଞ୍ଚଳରେ କେତେକ ଅସାମାଜିକ ବ୍ୟକ୍ତି ଙ୍କ ଆଡ୍ଡା ସ୍ଥଳୀ ପାଲଟିଛି। କିଛି ଦିନ ତଳେ ମୃତ ଛାତ୍ରୀଙ୍କୁ କେତେକ ଅସାମାଜିକ ଯୁବକ କମେଣ୍ଟ ମାରିବା ସହ ଧମକ ଦେଇଥିବା ଚର୍ଚ୍ଚା ହେଉଛି। ସେହି ଘଟଣା କୁ ନେଇ ଏହି ଅଘଟଣ ଘଟିଥିବା ସାଧାରଣ ରେ ଚର୍ଚା ହେଉଛି। ସେପଟେ ପୋଲିସ ଘଟଣା ସ୍ଥଳ କୁ ଯାଇ ସାଇଣ୍ଟିଫିକ ଟିମ ସହାୟତାରେ ତଦନ୍ତ ଆରମ୍ଭ କରିଛି। ଦମକଳ ବାହିନୀ ପୋଖରୀ ରେ ଖୋଜାଖୋଜି କରି ମୃତା ଛାତ୍ରୀଙ୍କ ସାଇଲେଲ ଓ ଅନ୍ୟାନ୍ୟ ଜିନିଷ ପତ୍ର କୁ ଜବତ ମଧ୍ୟ କରିଛି। ପୋଲିସ ଶବ ବ୍ୟବଚ୍ଛେଦ ରିପୋର୍ଟ କୁ ଅପେକ୍ଷା କରିଥିବା ବେଳେ ଘଟଣା ନେଇ କୌଣସି ପ୍ରତିକ୍ରିୟା ଦେବାକୁ ମନା କରି ଦେଇଛି। ନବମ ଶ୍ରେଣୀ ଛାତ୍ରୀ ଙ୍କ ସନ୍ଦେହଜନକ ମୃତ୍ୟୁ କୁ ନେଇ ସମଗ୍ର ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଥିବା ବେଳେ ସମସ୍ତ ଙ୍କ ନଜର ପୋଲିସ ର ତଦନ୍ତ ଓ ଶବ ବ୍ୟବଚ୍ଛେଦ ରିପୋର୍ଟ ଉପରେ ରହିଛି।

Leave A Reply

Your email address will not be published.