୫ ବର୍ଷ ହେଲା ଭଲ ଶିକ୍ଷକମାନଙ୍କୁ ମିଳିପାରିଲାନାହିଁ ରାଜ୍ୟସ୍ତରୀୟ ଶିକ୍ଷକ ପୁରସ୍କାର, ଶିକ୍ଷାବିତ ମହଲରେ ତୀବ୍ର ପ୍ରତିକ୍ରିୟା

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  ଚଳିତବର୍ଷ ରାଜ୍ୟରେ ଭଲ ଶିକ୍ଷକମାନଙ୍କୁ ମିଳିପାରିଲାନାହିଁ ରାଜ୍ୟସ୍ତରୀୟ ଶିକ୍ଷକ ପୁରସ୍କାର। ଦିର୍ଘ ୫ ବର୍ଷ ହେଲା ରାଜ୍ଯ ସରକାର ଦେଇପାରୁନାହାଁନ୍ତି କ୍ରୁତି ଶିକ୍ଷକ ମାନଙ୍କୁ ପୁରସ୍କାର। ଚଳିତ ବର୍ଷ ମଧ୍ଯ ଶିକ୍ଷକ ପୁରସ୍କାର ହେବାର ସମ୍ଭାବନା ମଧ୍ୟ ନହିଁ। ୨୦୧୭ ମସିହା ପର ଠାରୁ ରାଜ୍ୟସ୍ତରୀୟ ଶିକ୍ଷକ ପୁରସ୍କାର ଦିଆଯାଇନାହିଁ। ଚଳିତବର୍ଷ ଗୁରୁ ଦିବସରେ ଏହି ପୁରସ୍କାର ପ୍ରଦାନ କରାଯିବା ନେଇ ମନୋନୟାନ ପ୍ରକ୍ରିୟା ଆରମ୍ଭ ହୋଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଚୂଡ଼ାନ୍ତ ହୋଇପାରିଲା ନାହିଁ। କ୍ରମାଗତ ୫ ବର୍ଷ ହେଲା ପୁରସ୍କାର ନ ମିଳିବା ନେଇ ଶିକ୍ଷକ ତଥା ଶିକ୍ଷାବିତ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ରାଜ୍ୟରେ ଶିକ୍ଷକ ମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ମର୍ଯ୍ୟାଦାଜନକ ‘ରାଜ୍ୟ ଶିକ୍ଷକ ପୁରସ୍କାର’ ପ୍ରଦାନ କରାଯାଇଥାଏ। ପ୍ରାଥମିକ ସ୍ତରରୁ ଜଣେ ଏବଂ ମାଧ୍ୟମିକ ସ୍ତରରୁ ଜଣେ ଶ୍ରେଷ୍ଠ ଶିକ୍ଷକଙ୍କୁ ପ୍ରତି ଜିଲ୍ଲା ରୁ ମନୋନିତ କରାଯାଇଥାଏ ଏହି ପୁରସ୍କାର ପାଇଁ। ହେଲେ ୨୦୧୭ ମସିହା ପରଠାରୁ ଏହି ପୁରସ୍କାର ଦିଆଯାଇପାରୁନାହିଁ ।

ମନ୍ତ୍ରୀ ସମୀର ଦାସ କହିଛନ୍ତି ଯେ ଦୀର୍ଘ 5 ବର୍ଷ ହେଲାଣି ରାଜ୍ୟ ରେ ଶିକ୍ଷକ ମାନଙ୍କୁ ଗୁରୁ ଦିବସରେ ସମ୍ମାନିତ କରାଯାଇନାହିଁ। ଯେହେତୁ କାରୋନା ୨ ବର୍ଷ ଧରି ଲାଗି ରହିଥିଲା। ସେଥିପାଇଁ ଦିଆଯାଇ ପାରିନଥିଲା। ଆମେ ଜୁଲାଇ ମାସରୁ କହିଥିଲୁ ଯେ ସମସ୍ତେ ଆବେଦନ କରିବା ପାଇଁ। ଇତି ମଧ୍ୟରେ ଅନେକ ଶିକ୍ଷକ ମାନେ ମଧ୍ୟ ଆବେଦନ କରିଛନ୍ତି। କିନ୍ତୁ ଏହାର ସିଲେକ୍ସନ ପକ୍ରିୟା ସାରିବାକୁ ସମୟ ଲାଗୁଛି। ତେବେ ଚଳିତ ବର୍ଷ ଗୁରୁ ଦିବସରେ ଶିକ୍ଷକ ଙ୍କୁ ସମ୍ମାନିତ କରିବାରେ ସମ୍ଭବପର ହୋଇପାରୁନାହୁଁ। ତେବେ ଶୀଘ୍ର ସିଲେକ୍ସନ ପକ୍ରିୟା ସାରିବ ପରବର୍ତ୍ତୀ ସମୟରେ ଶିକ୍ଷକଙ୍କୁ ସମ୍ମାନ ଦେବା କଥା ତାହାକୁ ଦେବାର ବ୍ୟବସ୍ଥା କରାଯିବ ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି।

ଅନ୍ୟପଟେ ଏହା ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ତରିଛନ୍ତି ଶିକ୍ଷକ ସଂଘ ର ସଭାପତି ପ୍ରକାଶ ମହାନ୍ତି। ସେ କହିଛନ୍ତି ଯେ, ରାଜ୍ୟରେ ଶିକ୍ଷକ ପୁରସ୍କାର ପାଇଁ ବହୁ ଅବ୍ୟବସ୍ଥା ସୃଷ୍ଟୀ ହୋଇଛି। ଦୀର୍ଘ ୫ ବର୍ଷ ଧରି ସଫଳ ଶିକ୍ଷକ ମାନଙ୍କୁ ପୁରସ୍କାର ଦିଆଯାଇପାରୁନାହି। କାରୋନା ପାଇଁ ୨ ବର୍ଷ ଧରି ଏହି ପକ୍ରିୟା ବନ୍ଦ ରହିଥିଲା। ତେବେ ଜଣେ ଶିକ୍ଷକ ରାଜ୍ୟ ର ଶ୍ରେଷ୍ଠ ଶିକ୍ଷକ ପୁରସ୍କାର ପାଇଁ କାହିଁକି ଆବେଦନ କରିବ। ସମସ୍ତ ଜିଲାରେ ଜିଲା ଶିକ୍ଷାଧିକାଋ ଓ ବ୍ଲକ ସ୍ତରରେ ଶିକ୍ଷାଧିକାରୀ ରହିଛନ୍ତି। ସେମାନେ ନିଜ ଅଞ୍ଚଳରୁ ଅନେକ ଭଲ ବା ଶ୍ରେଷ୍ଠ ଶିକ୍ଷକ ମାନଙ୍କୁ ଚୟନ କରିଥାନ୍ତେ ତେବେ କାରୋନା ବାଧକ ସାଜିନଥାନ୍ତା । ତେବେ ରାଜ୍ୟ ସରକାର ଏହାର ସଂଶାଧନ ପ୍ରସ୍ତାବ ନିଅନ୍ତୁ। ରାଜ୍ୟରେ ଯେଉଁମାନେ ଶିକ୍ଷାଧିକାରୀ ମାନେ ଅଛନ୍ତି ସେମାନଙ୍କ ତରଫରୁ ଏକ କମିଟି କରି ବିଭିନ୍ନ ଶିକ୍ଷକମାନଙ୍କ ର ତଥ୍ୟ ଗ୍ରହଣ କରି ସେ ସମ୍ପର୍କରେ ସୁପାରିସ କଲେ ବହୁତ ଭଲ ହେବ ବୋଲି କହିଛନ୍ତି ଶିକ୍ଷକ ସଂଘର ସଭାପତି ପ୍ରକାଶ ମହାନ୍ତି କହିଛନ୍ତି।

Leave A Reply

Your email address will not be published.