ଜଗଦୀପ ଧନଖଡ ଦିଲ୍ଲୀ AIIMSରେ ଭର୍ତ୍ତି

0

ଓଡ଼ିଆ ନ୍ୟୁଜ୍: ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ ଦିଲ୍ଲୀ AIIMSରେ ଭର୍ତ୍ତି।ଅସୁସ୍ଥତା କାରଣରୁ ୨ ଥର ଚେତା ହରାଇଥିଲେ । ଏହା ପରେ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଅଛି।ସ୍ୱାସ୍ଥ୍ୟାବସ୍ଥାକୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ।ଅଧିକାରୀମାନେ କହିଛନ୍ତି ଯେ ଧନଖର ଜାନୁଆରୀ ୧୦ ତାରିଖରେ ଶୌଚାଳୟରେ ଦୁଇଥର ଅଚେତ ହୋଇଯାଇଥିଲେ। ସେମାନେ କହିଛନ୍ତି, ଆଜି ତାଙ୍କୁ ଦିଲ୍ଲୀ ଏମ୍ସକୁ ନିଆଯାଇଥିଲା, ଯେଉଁଠାରେ ଡାକ୍ତରମାନେ ତାଙ୍କୁ ବିଭିନ୍ନ ଟେଷ୍ଟ ପାଇଁ ପରାମର୍ଶ ଦେଇଥିଲେ ।

ତେବେ ପୂର୍ବତନ ଉପରାଷ୍ଟ୍ରପତି ପୂର୍ବରୁ ମଧ୍ୟ ଅନେକ ସ୍ଥାନରେ ଅଚେତ ହୋଇଥିଲେ । ସାର୍ବଜନୀନ କାର୍ଯ୍ୟକ୍ରମରେ ଯୋଗ ଦେବା ବେଳେ ଅନେକବାର ଅସୁସ୍ଥ ହୋଇଥିଲେ । କହିରଖୁଛୁ କି, ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ସେ ଜୁଲାଇ ୨୧ରେ ଉପରାଷ୍ଟ୍ରପତି ପଦରୁ ମଧ୍ୟ ଇସ୍ତଫା ଦେଇଥିଲେ । ସଂସଦର ମୌସୁମୀ ଅଧିବେଶନ ଜୁଲାଇ ୨୧, ୨୦୨୫ରେ ଆରମ୍ଭ ହୋଇଥିଲା। ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖର ଅଧ୍ୟକ୍ଷ ଭାବରେ ଦିନବେଳା ରାଜ୍ୟସଭାର କାର୍ଯ୍ୟ ପରିଚାଳନା କରିଥିଲେ

Leave A Reply

Your email address will not be published.