ଓଡ଼ିଆ ନ୍ୟୁଜ୍(ବ୍ୟୁରୋ) ପରଲୋକରେ ଓଡ଼ିଶା ବିଧାନସଭାର ପୂର୍ବତନ ବାଚସ୍ପତି ତଥା ଦିଗପହଣ୍ଡିର ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ର। ଶନିବାର ସନ୍ଧ୍ୟାରେ ୭୫ ବର୍ଷ ବୟସରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ଶାରୀରିକ ଅସୁସ୍ଥତା କାରଣରୁ କିଛି ଦିନ ହେଲା ସେ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଥିଲେ ସୂର୍ଯ୍ୟ। ସେ ବିଜେଡି ଟିକେଟରେ ବିଧାୟକ ଭାବେ ଏକାଧିକ ଥର ନିର୍ବାଚିତ ହେବା ସହ ନବୀନ ପଟ୍ଟନାୟକଙ୍କ କ୍ୟାବିନେଟରେ ସାମିଲ ହୋଇଥିଲେ ।
ଲଗାତାର ୭ ଥରର ବିଧାୟକ ରହିଥିଲେ । ୧୯୯୦ ମସିହାରୁ ଆଜି ପର୍ଯ୍ୟନ୍ତ ସେ ବିଧାନସଭାର ସଦସ୍ୟ ଥିଲେ । ୧୯୯୦ ମସିହାରେ ସେ ମୋହନାରୁ ପ୍ରଥମ ଥର ପାଇଁ ନିର୍ବାଚିତ ହେଇ ବିଧାୟକ ହେଇଥିଲେ । ମୋହନାରୁ ୪ ଥର ଏବଂ ଦିଗପହଣ୍ଡିରୁ ୩ ଥର ସେ ବିଧାୟକ ଭାବେ ନିର୍ବାଚିତ ହେଇଥିଲେ । ତେବେ ରାଜ୍ୟ ସରକାରରେ ସେ ବିଭିନ୍ନ ପଦବୀରେ ମନ୍ତ୍ରୀ ରହିଥିଲେ ।