ଇଡି ଜାଲରେ ପଶ୍ଚିମବଙ୍ଗର ପୂର୍ବତନ ଶିକ୍ଷା ମନ୍ତ୍ରୀ: ୨୦ କୋଟି ନଗଦ ରାଶି ଜବତ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ପଶ୍ଚିମବଙ୍ଗରେ ଇଡିର ଏଣ୍ଟ୍ରି । କୋଲାକାତାରେ ଇଡି ଆକ୍ସନ । ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଚଢଉ ଜାରି ରହିଛି । ରାଜ୍ୟ ସ୍କୁଲ ସେବା ଆୟୋଗ ଏବଂ ପଶ୍ଚିମବଙ୍ଗ ଇଡି ପ୍ରାଥମିକ ଶିକ୍ଷା ବୋର୍ଡରେ ଭର୍ତ୍ତି ଘୋଟାଲାରେ ଏହି ଚଢଉ କରାଯାଉଛି । ପଶ୍ଚିମବଙ୍ଗର ପୂର୍ବତନ ଶିକ୍ଷା ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ବିଭିନ୍ନ ଠିକଣାରେ ଚଢଉ ଜାରି ରହିଛି । ମିଳିଥିବା ସୂଚନା ଅନୁସାରେ ପାର୍ଥ ଚାଟାର୍ଜୀଙ୍କ ଘନିଷ୍ଠ ଅର୍ପିତା ମୁଖାର୍ଜୀଙ୍କ ଘରୁ ୨୦ କୋଟି ଟଙ୍କାର ନଗଦ ରାଶି ମିଳିଛି ।

ଏହି ନଗଦ ଟଙ୍କାର ଫଟୋକୁ ଟ୍ୱିଟ କରି କହିଛି, ‘ପଶ୍ଚିମବଙ୍ଗ ସ୍କୁଲ ସର୍ଭିସ କମିଶନ ଏବଂ ପଶ୍ଚିମବଙ୍ଗ ପ୍ରାଇମେରୀ ବୋର୍ଡ ଏଜୁକେସନ ବୋର୍ଡରେ ଭର୍ତ୍ତି ସହ ଜଡିତ ଏକ ମାମଲାରେ ଇଡି ଚଢଉ କରିଛି’। ଆଗକୁ ଆହୁରି ଅନେକ ସ୍ଥାନରେ ଚଢାଉ ହୋଇପାରେ ବୋଲି ସୂଚନା ମିଳିଛି । ତେବେ ଏତେ ଟଙ୍କା କେଉଁଠୁ ଆଣିଲେ ତାହା ବର୍ତ୍ତମାନ ଆଲୋଚନାର ବିଷୟ ।

Leave A Reply

Your email address will not be published.