ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆସାମର ଗୋଲାଘାଟ ଜିଲ୍ଲାରେ ବୁଧବାର ସକାଳେ ଏକ ଯାତ୍ରୀବାହୀ ବସ ଏବଂ ଟ୍ରକ୍ ମଧ୍ୟରେ ଭୟଙ୍କର ଦୁର୍ଘଟଣା ଘଟିଛି । ଏଥିରେ ପାଞ୍ଚ ମହିଳା ଏବଂ ଜଣେ ନାବାଳିକା ସହ ମୋଟ ୧୨ ଜଣଙ୍କ ମୃତ୍ୟୁ ହୋଇଛି । ରାଷ୍ଟ୍ରୀୟ ରାଜମାର୍ଗ ୩୭ରେ ଡେରଗାଁଓରେ ସକାଳ ୫ଟାରେ ଏହି ଦୁର୍ଘଟଣା ଘଟିଛି । ଏନେଇ ଗୋଲାଘାଟ ଏସପି ସୂଚନା ଦେଇଛନ୍ତି । ଅଧରାତିରେ କିଛି ଲୋକେ ବସ୍ରେ ପିକନିକ୍ ବାହାରିଥିଲେ । ଭାବିଥିଲେ ସକାଳ ସୁଦ୍ଧା ଗନ୍ତବ୍ୟସ୍ଥଳରେ ପହଞ୍ଚି ହସଖୁସିର ସମୟ ଅତିବାହିତ କରିବେ । ହେଲେ ବାଟରେ ଛପି ବସିଥିଲା ଯମ ।
ଗନ୍ତବ୍ୟସ୍ଥଳରେ ପହଞ୍ଚିବାକୁ ମାତ୍ର ଆଉ କେଇ ଘଣ୍ଟା ରହିଥିବା ବେଳେ ହଠାତ୍ ସବୁ କିଛି ଓଲଟପାଲଟ ହୋଇଗଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ ୧୪ ଜଣଙ୍କ ମୃତ୍ୟୁ ହୋଇ ଯାଇଥିଲା। ଖବର ପାଇ ଅଗ୍ନିଶମ ବାହିନୀ ଓ ପୁଲିସ୍ ପହଞ୍ଚି ତୁରନ୍ତ ଗୁରୁତର ୨୭ ଜଣଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଛନ୍ତି। ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି। ଏଥିସହ ବସ୍ ମଧ୍ୟରୁ ୧୪ ମୃତଦେହ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ନିମନ୍ତେ ପଠାଯାଇଛି। ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି।
ଖବର ପାଇ ପୋଲିସ ଦୁର୍ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି । ରାସ୍ତା ମଝିରେ ଦୁର୍ଘଟଣା ହୋଇଥିବା ବେଳେ ଯାନବାହାନ ଚଳାଚଳରେ ଅସୁବିଧା ହୋଇଥିବା ଦେଖାଯାଇଛି । ପୋଲିସ ଜେସିବି ସାହାଯ୍ୟରେ ବସକୁ ରାସ୍ତାରୁ ଉଠାଇବା ଆରମ୍ଭ କରିଛି । ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଆହତଙ୍କ ମଧ୍ୟରୁ କିଛି ଜଣଙ୍କ ଅବସ୍ଥା ଗୁରୁତର ରହିଛି । ତେଣୁ ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା କରାଯାଇଛି ।ପୋଲିସର କହିବା ଅନୁସାରେ, ଦୁର୍ଘଟଣାଗ୍ରସ୍ତ ହୋଇଥିବା ବସଟି ପିକନିକ ପାଇଁ ଯାଉଥିଲା । ଲୋକମାନେ ଆଠଖୋଲିଆରୁ ବଲିଜାନ ଅଭିମୁଖେ ଯାଉଥିଲେ । ସକାଳ 3ଟାରୁ ଯାତ୍ରା ଆରମ୍ଭ କରିଥିବା ବେଳେ ରାସ୍ତାରେ ଏକ ଟ୍ରକ ସହ ଧକ୍କା ହୋଇଥିଲା । ସକାଳ 5ଟା ସମୟରେ ଏହି ଭୟଙ୍କର ଦୁର୍ଘଟଣା ହୋଇଥିବା ଜଣାପଡିଛି । ତେବେ ଦୁର୍ଘଟଣା ପରେ ବସଟି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଯାଇଥିବା ଦେଖାଯାଇଛି।