ଶନିବାର ଠାରୁ ଚନ୍ଦ୍ରରେ ହୋଇଯିବ ରାତି, ପ୍ରଜ୍ଞାନ ଓ ବିକ୍ରମ ପାଖରେ ଆଉ ମାତ୍ର ଗୋଟିଏ ଦିନ

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ)ଶନିବାର ଠାରୁ ଚନ୍ଦ୍ରରେ ହୋଇଯିବ ରାତି। ସେପ୍ଟମ୍ବର ଆରମ୍ଭରୁ ଗଭିର ବିଶ୍ରାମ ନେଇ‌ଥିବା ପ୍ରଜ୍ଞାନ ରୋଭର ଓ ବିକ୍ରମ ଲ୍ୟାଣ୍ଡରର ଯାତ୍ରା ଶେଷ ହେବାକୁ ଯାଉଥିବା ଦେଖିବାକୁ ମିଳିଛି। ଚନ୍ଦ୍ରଯାନ-୩ ଅବତରଣ ପରେ ଚନ୍ଦ୍ରରେ ଦ୍ବି୍ତୀୟ ଥର ରାତିର ସାମ୍ନା କରିବାକୁ ଯାଉଛନ୍ତି। ସେହିପରି ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ ଅର୍ଥାିତ୍‌ ଇସ୍ରୋ ଚନ୍ଦ୍ରଯାନ-୩ର ଏହି ଦୁଇ ଅଂଶକୁ ପୁଣି ଥରେ ସକ୍ରିୟ କରିବାରେ ସମସ୍ତ ପ୍ରଚେଷ୍ଟା ଏ ପର୍ଯ୍ୟନ୍ତ ବିଫଳ ରହିଛି।  ସେପ୍ଟେମ୍ବର ୨ ତାରିଖ ଦିନ ଉଭୟ ବିକ୍ରମ ଓ ପ୍ରଜ୍ଞାନ ସ୍ଳିପ୍‌ ମୋଡ୍‌କୁ ଚାଲିଯାଇଥିଲେ। ସୂଚନାଥାଉକି ପୃଥିବୀରେ ୧୪ ଦିନ ଚନ୍ଦ୍ରମାରେ ଗୋଟିଏ ଦିନ ସହିତ ସମାନ। ଏବେ ଚନ୍ଦ୍ରପୃଷ୍ଠରେ ସୂର୍ଯ୍ୟଙ୍କ କିରଣ ପଡ଼ିବା ପରେ ହିଁ ଇସ୍ରୋ ଉଭୟ ବିକ୍ରମ ଓ ପ୍ରଜ୍ଞାନକୁ ସକ୍ରିୟ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ।

ଅବଶ୍ୟ ପୂର୍ବରୁ ଇସ୍ରୋ ସ୍ପଷ୍ଟ କରିଥିଲା ଯେ, ଯଦି ଚନ୍ଦ୍ରଯାନର ଉଭୟ ଅଂଶ ପୁନଃ କାମ କରିବା ବନ୍ଦ କରିଦିଏ, ତଥାପି ଅଭିଯାନ ସଫଳ ବୋଲି ଗ୍ରହଣ କରାଯିବ।  ଯେଉଁ ସ୍ଥାନରେ ଚନ୍ଦ୍ରଯାନ ୩ ଅବତରଣ କରିଥିଲା, ସେହି ସ୍ଥାନକୁ ଭାରତ ‘ଶିବ ଶକ୍ତି କେନ୍ଦ୍ର’ ଭାବେ ନାମିତ କରିଥିଲା। କୁହାଯାଉଛି ଯେ, ଏହି ପଏଣ୍ଟରେ ପୁଣିଥରେ ୩୦ ସେପ୍ଟେମ୍ବରରୁ ରାତି ଆରମ୍ଭ ହେବ। ଏମିତିରେ ପ୍ରଥମ ରାତି ପରେ ସକ୍ରିୟ ହୋଇନଥିବା ପ୍ରଜ୍ଞାନ ଓ ବିକ୍ରମ ସାମ୍ନାରେ ଦ୍ବିତୀୟ ରାତିକୁ ସାମ୍ନା କରିବା ଚ୍ୟାଲେଞ୍ଜପୁର୍ଣ୍ଣ ହେବ। ଆଶ୍ବସ୍ତିକର କଥା ହେଉଛି ଯେ, ୨୩ ଅଗଷ୍ଟରେ ଅବତରଣ ପରେ ଚନ୍ଦ୍ରଯାନ ପ୍ର‌ଥମରୁ ପୃଥିବୀକୁ ଅନେକ ଗୁରୁତ୍ବପୁର୍ଣ୍ଣ ତଥ୍ୟ ପଠାଇସାରିଛି। ତେବେ କୁହାଯାଉଛି ଯେ, ଚନ୍ଦ୍ରମାରେ ରାତିରେ ମାତ୍ରାଧିକ ଥଣ୍ଡା ଓ ଘନ ଅନ୍ଧାର ଘୋଟିଯାଏ। ଫଳରେ ରାତିରେ ଏହା -୧୮୦ ଡିଗ୍ରୀ ସେଲସିୟସରେ ପହଞ୍ଚିଯାଏ। ଏବେ ବିକ୍ରମ ଓ ପ୍ରଜ୍ଞାନକୁ କାମ କରିବା ପାଇଁ ସୂର୍ଯ୍ୟଶକ୍ତିର ଆବଶ୍ୟକତା ରହିଛି।

Leave A Reply

Your email address will not be published.