ଘୁ.ଉଦୟଗିରି ଓଡିଶାର ଥଣ୍ଡା ସହର

0

ଓଡ଼ିଆ ନ୍ୟୁଜ୍: ଆଜି ଘୁ.ଉଦୟଗିରି ହେଉଛି ଓଡ଼ିଶାର ସବୁଠାରୁ ଥଣ୍ଡା ସହର। ଏଠାରେ ଆଜିର ତାପମାତ୍ରା ରହିଛି ୪.୪ ଡିଗ୍ରି ସେଲସିୟସ୍। ଏହା ଏବର୍ଷର ସବୁଠାରୁ କମ୍ ତାପମାନ ବୋଲି ଜଣାଯାଇଛି। ଗତ ଶୁକ୍ରବାର ପାରଦ ୧୦.୪ଡିଗ୍ରି ଥିବା ବେଳେ ଶନିବାର ୫.୬ଡିଗ୍ରି ରେକର୍ଡ କରାଯାଇଥିଲା। ଏଣେ ରାଉରକେଲାରେ ଆଜିର ତାପମାତ୍ରା ୭.୨ ଓ ଝାରସୁଗୁଡ଼ାରେ ୭.୬ ଡିଗ୍ରି ରହିଛି। ରାଜଧାନୀରେ ୧୧.୯ ଡିଗ୍ରି ସେଲସିୟସ୍ ରେକର୍ଡ କରାଯାଇଛି। ରାଜ୍ୟର ବିଭିନ୍ନ ଜିଲ୍ଲାରେ ରାତି ତାପମାତ୍ର ୧୦ ଡିଗ୍ରି ତଳେ ରହିଛି।

ପାରଦ ଖସିବା ସହ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି। ଓଡ଼ିଶାର ସବୁଠାରୁ କମ୍ ତାପମାତ୍ରା ଏବଂ ଥଣ୍ଡାର ସହର ଭାବେ ଘୁ.ଉଦୟଗିରି ଚିହ୍ନଟ ହୋଇଥିବା ବେଳେ ଡିସେମ୍ବର ମାସ ଆରମ୍ଭରେ ଶୀତ ତାର ପ୍ରକୋପ ଦେଖାଇବା ଆରମ୍ଭ କରିଛି। ଆଗାମୀ ଦିନରେ ତାପମାତ୍ରା ଆହୁରି ତଳ ମୁହାଁ ହେବା ଆଶଙ୍କା କରିଛି ପାଣିପାଗ ବିଭାଗ। ସଞ୍ଜ ନଇଁଲେ ତାପମାତ୍ରା ଖସିବା ସହ ଶୀତର ପ୍ରକୋପ ବଢିବା ସହ ରାତିରେ ଜାଡ଼ ଆରମ୍ଭ ହୋଇଯାଉଛି।

Leave A Reply

Your email address will not be published.