ପ୍ରେମିକ ସହ ମିଶି ମାକୁ ହତ୍ୟା କଲା ନାବାଳିକା ଝିଅ
ଓଡ଼ିଆ ନ୍ୟୁଜ୍: ପ୍ରେମିକ ସହ ମିଶି ମାକୁ ହତ୍ୟା କରିଛନ୍ତି ନାବାଳିକା ଝିଅ। ଏମିତି ଏକ ଘଟଣା ଘଟିଛି ଗଜପତି ଜିଲା ପାରଳାଖେମୁଣ୍ଡିର ଶୁଣ୍ଢି ସାହିରେ। ଜଣେ ନାବାଳିକା ନିଜ ପ୍ରେମ ପାଇଁ ପ୍ରେମିକଙ୍କ ସହ ମିଶି ପୋଷିଥିବା ମାଙ୍କୁ ମାରିଦେଇଛନ୍ତି।ପାରଳାଖେମୁଣ୍ଡି ଶୁଣ୍ଢି ସାହିରେ ରାଜଲକ୍ଷ୍ମୀ କର ନାମକ ଜଣେ ବିଧବା ମହିଳା ନିଜ ପୋଷ୍ୟ ଝିଅର ପାଠ ପଢା ନିମନ୍ତେ ଭୁବନେଶ୍ୱରରୁ ଆସି ରହୁଥିଲେ। ଝିଅଟିକୁ ନିଜେ ଜନ୍ମକରି ନ ଥିଲେ ମଧ୍ୟ ଜନ୍ମ ହେବାର ତିନିଦିନ ପରଠାରୁ ନିଜ ପାଖରେ ରଖି ଲାଳନପାଳନ କରି ବଡ଼କରି ପାରଳାଖେମୁଣ୍ଡି କେନ୍ଦ୍ରୀୟ ବିଦ୍ୟାଳୟରେ ପାଠ ପଢ଼ାଉଥିଲେ ।
ହେଲେ ଝିଅ ୧୩ ବର୍ଷ ବୟସରେ ପାରଳାଖେମୁଣ୍ଡି ରାଜଗୁରୁ ସାହିର ଗଣେଶ ରଥ ନାମକ ଜଣେ ଯୁବକଙ୍କୁ ପ୍ରେମ କରୁଥିଲେ। ବିଭିନ୍ନ ସମୟରେ ରାଜଲକ୍ଷ୍ମୀଙ୍କ ସୁନା ଗହଣା ଘରୁ ଚୋରିକରି ପ୍ରେମିକକୁ ଦେଉଥିଲେ ଝିଅ।ଯେତେବେଳେ ରାଜଲକ୍ଷ୍ମୀ ଏହାକୁ ପ୍ରତିବାଦ କଲେ ସେତେବେଳେ ଗଣେଶ, ରାଜଲକ୍ଷ୍ମୀଙ୍କୁ ରାସ୍ତାରୁ ହଟେଇବା ପାଇଁ ଯୋଜନା କଲେ।