ଓଡ଼ିଆ ନ୍ୟୁଜ୍: ବର୍ଦ୍ଧିତ ଦରମାକୁ ନବୀନଙ୍କ ନା ପ୍ରସଙ୍ଗ; ଗଣେଶ୍ବର ବେହେରାଙ୍କ ପ୍ରତିକ୍ରିୟା।ନବୀନ ବାବୁ ଦରମା ଉପରେ ନିର୍ଭରଶୀଳ ନୁହନ୍ତି, ସେଥିପାଇଁ ମନା କରିଛନ୍ତି।କିନ୍ତୁ ମୁଁ ଏବଂ ମୋ ଭଳି ଅନେକ ବିଧାୟକଙ୍କର ବର୍ଦ୍ଧିତ ଦରମା ଆବଶ୍ୟକ। ନବୀନ ବାବୁଙ୍କର ନିଷ୍ପତ୍ତି ତାଙ୍କର ବ୍ୟକ୍ତିଗତ- ଗଣେଶ୍ବର ବେହେରା।‘ଦଳୀୟ ବିଧାୟକଙ୍କୁ ବର୍ଦ୍ଧିତ ଦରମା ନେବା ପାଇଁ ସେ ବାରଣ କରି ନାହାନ୍ତି’।‘ବିଜେଡି ଦରମା ବୃଦ୍ଧି ପାଇଁ ଦାବି କରିବା ସହ ବିଲ୍କୁ ସମର୍ଥନ କରିଥିଲା’। ତେଣୁ ଦରମା ବୃଦ୍ଧିକୁ ବିରୋଧ କରିବାର ପ୍ରଶ୍ନ କାହିଁକି ଉଠୁଛି’।‘ବିଧାୟକମାନେ ବହୁ କଷ୍ଟରେ ଚଳୁଛନ୍ତି, ଲୋକେ ବୁଝିବା ଦରକାର’।
ସେ ଆହୁରି ମଧ୍ୟ କହିଛନ୍ତି ଦଳୀୟ ବିଧାୟକଙ୍କୁ ବର୍ଦ୍ଧିତ ଦରମା ନେବା ପାଇଁ ସେ ବାରଣ କରି ନାହାନ୍ତି। ବିଜେଡି ଦରମା ବୃଦ୍ଧି ପାଇଁ ଦାବି କରିବା ସହ ବିଲ୍କୁ ସମର୍ଥନ କରିଥିଲା। ତେଣୁ ଦରମା ବୃଦ୍ଧିକୁ ବିରୋଧ କରିବାର ପ୍ରଶ୍ନ କାହିଁକି ଉଠୁଛି। ବିଧାୟକମାନେ ବହୁ କଷ୍ଟରେ ଚଳୁଛନ୍ତି, ଲୋକେ ତାହା ବୁଝିବା ଦରକାର ବୋଲି ଗଣେଶ୍ୱର କହିଛନ୍ତି।