ଓଡ଼ିଆ ନ୍ୟୁଜ୍: ମାକଲପୁରରେ ଫାଟିଲା ଗ୍ୟାସ ସିଲିଣ୍ଡର।ବଡ଼ ଅଘଟଣରୁ ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ।ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ, ୨ଟି ଦମକଳ ଗାଡ଼ି ମୁତୟନ।ମାକଲପୁର ପୋଷ୍ଟ୍ ଅଫିସ ପଛ ପାଖରେ ଏକ ବିଲ୍ଡିଂରେ ରୋଷେଇ ଚାଲିଥିବା ସମୟରେ ନିଆଁ ଲାଗି ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ହୋଇଥିଲା।
ପ୍ରଚଣ୍ଡ ଶବ୍ଦ ଶୁଣି ସ୍ଥାନୀୟ ଲୋକମାନେ ଭୟଭୀତ ହୋଇଯାଇଥିଲେ। ଏନେଇ ପରିବାରର କାହାରି କିଛି କ୍ଷୟକ୍ଷତି ହୋଇ ନ ଥିବାବେଳେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି। ଘଟଣାସ୍ଥଳରେ ଦୁଇଟି ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।