ରାଜନୀତିରୁ ସନ୍ୟାସ ନେବେ ଗୌତମ ଗମ୍ଭୀର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାଜନୀତିରୁ ସନ୍ୟାସ ନେବେ ଗୌତମ ଗମ୍ଭୀର । ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର୍‌ ଗୌତମ ଗମ୍ଭୀର ସକ୍ରିୟ ରାଜନୀତିରୁ ଦୂରେଇ ଯିବାକୁ ନିଷ୍ପତ୍ତି ନେଇଛନ୍ତି। ସେ ବିଜେପି ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କୁ ଏକ ପତ୍ର ଲେଖି ରାଜନୈତିକ କାର୍ଯ୍ୟକ୍ରମରୁ ମୁକ୍ତ କରିବାରୁ ଅନୁରୋଧ କରିଛନ୍ତି । ଏନେଇ ସେ ନିଜ ସୋସିଆଲ୍ ମିଡିଆ ଆକାଉଣ୍ଟ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି । ସେ ଆଗମୀ ଲୋକସଭା ନିର୍ବାଚନ ଲଢିବେ ନାହିଁ ।

ଏହା ସହିତ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ ତାଙ୍କ ଏକ୍ସ ପୋଷ୍ଟ୍‌ରେ ଲେଖିଛନ୍ତି, ‘‘ମୁଁ ମାନ୍ୟବର ପାର୍ଟି ସଭାପତି ଜେପି ନଡ୍ଡାଙ୍କୁ ମୋତେ ସମସ୍ତ ରାଜନୈତିକ ଦାୟିତ୍ବରୁ ମୁକ୍ତି କରିବାକୁ ନିବେଦନ କରୁଛନ୍ତି। ଯାହାଦ୍ବାରା ମୁଁ ମୋର ଆଗାମୀ କ୍ରିକେଟ୍ ପ୍ରତିଶ୍ରୁତି ଉପରେ ଧ୍ୟାନ ଦେଇ ପାରିବି। ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୋତେ କାମ କରିବାର ସୁଯୋଗ ଦେଇଥିବାରୁ ମୁଁ ତାଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଉଛି। ଜୟ ହିନ୍ଦ।’’ ଗୌତମ୍ ଗମ୍ଭୀର ୨୦୧୮ ଡିସେମ୍ବର ମାସରେ କ୍ରିକେଟରୁ ସନ୍ୟାସ ନେଇ ରାଜନୀତିରେ ଏଣ୍ଟ୍ରି ମାରିଥିଲେ । ସେ ୨୦୧୯ ମାର୍ଚ୍ଚ ୨୨ ତାରିଖରେ ବିଧିବଦ୍ଧ ଭାବେ ବିଜେପିରେ ସାମିଲ୍ ହୋଇଥିଲେ । ଏହାପରେ ଭାରତୀୟ ଜନତା ପାର୍ଟି ତାଙ୍କୁ ରାଜନୀତିରେ ଓପନିଂ କରାଇଥିଲା ।

୨୦୧୯ ଲୋକସଭା ନିର୍ବାଚନରେ ପୂର୍ବ-ଦିଲ୍ଲୀରୁ ବିଜେପି ଟିକେଟରେ ସାଂସଦ ପ୍ରାର୍ଥୀ ଭାବେ ଛିଡ଼ା ହୋଇ ଡେବ୍ୟୁ ମ୍ୟାଚରେ ବିଜୟୀ ହୋଇଥିଲେ ଗମ୍ଭୀର ।ଗୌତମ ଗମ୍ଭୀର ଦିଲ୍ଲୀ ଇଷ୍ଟରୁ ଲୋକସଭା ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି । ଆପ୍ ପ୍ରାର୍ଥୀ ଆତିଶି ମାର୍ଲେନାଙ ଏବଂ କଂଗ୍ରେସ ପ୍ରାର୍ଥୀ ଅରବିନ୍ଦ୍ରର ସିଂହଙ୍କୁ ୩,୯୧,୨୨୨ ଭୋଟରେ ପରାସ୍ତ କରିଥିଲେ । ଗୌତମ ଗମ୍ଭୀରଙ୍କୁ ୭ ଲକ୍ଷ ଭୋଟ୍ ମିଳିଥିବା ବେଳେ ଦ୍ବିତୀୟ ସ୍ଥାନରେ ଥିବା ଅରବିନ୍ଦ୍ରର ସିଂହଙ୍କୁ ପ୍ରାୟ ୩ ଲକ୍ଷ ଭୋଟ୍ ମିଳିଥିଲା । ସେହିପରି ଆପ୍ ପ୍ରାର୍ଥୀ ଆତିଶିଙ୍କୁ ୨ ଲକ୍ଷ ଭୋଟରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା । ତେବେ ନିର୍ବାଚନ ବେଳେ ଗୌତମ୍ ଗମ୍ଭୀରଙ୍କ ରାଜନୀତିରୁ ସନ୍ୟାସ ନିଷ୍ପତ୍ତି ସମସ୍ତ ଚକିତ କରିଛି ।

Leave A Reply

Your email address will not be published.