ନିର୍ବାଚନ ଲଢ଼ିବେ ନାହିଁ ଯୁବରାଜ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ନିର୍ବାଚନ ଲଢ଼ିବେ ନାହିଁ ଯୁବରାଜ | ଲୋକସଭା ନିର୍ବାଚନ ୨୦୨୪ ଲଢ଼ିବେ ନାହିଁ ପୂର୍ବତନ କ୍ରିକେଟର ଯୁବରାଜ ସିଂହ। ଏନେଇ ସେ ନିଜେ ସ୍ପଷ୍ଟୀକରଣ ଦେଇଛନ୍ତି।ଯୁବରାଜ ସିଂହ ଟ୍ବିଟ କରି କହିଛନ୍ତି, “ମୁଁ ଗଣମାଧ୍ୟମ ରିପୋର୍ଟକୁ ଖଣ୍ଡନ କରୁଛି, ଗୁରୁଦାସପୁର ଆସନରୁ ମୁଁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବି ନାହିଁ ।

ମୋର ଇଚ୍ଛା ଲୋକଙ୍କୁ ସମର୍ଥନ ଏବଂ ସାହାଯ୍ୟ କରିବା । ମୁଁ ମୋର ଫାଉଣ୍ଡେସନ୍ @YOUWECAN ମାଧ୍ୟମରେ ଏହା ଜାରି ରଖିବି ।” ଗତକାଲି ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା ଯେ ବିଜେପି ବର୍ତ୍ତମାନ ସାଂସଦ ଥିବା ସନ୍ନି ଦେଓଲଙ୍କୁ ହଟାଇ ଗୁରୁଦାସପୁରରୁ ଯୁବରାଜ ସିଂହଙ୍କୁ ପ୍ରାର୍ଥୀ କରିବ। ନୀତିନ ଗଡ଼କାରିଙ୍କ ସହ ଯୁବରାଜଙ୍କ ବୈଠଖ ପରେ ମିଡିଆରେ ଏହି ଖବର ଆସିଥିଲା। ହେଲେ ଶୁକ୍ରବାର ଯୁବରାଜ ଏହା ଟ୍ୱିଟ୍ କରି ଖବର ସତ୍ୟାସତ୍ୟକୁ ଖଣ୍ଡନ କରିଛନ୍ତି।

ତେବେ ସୂଚନା ମୁତାବକ, ଗତକାଲି ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା ଯେ ବିଜେପି ବର୍ତ୍ତମାନ ସାଂସଦ ଥିବା ସନ୍ନି ଦେଓଲଙ୍କୁ ହଟାଇ ଗୁରୁଦାସପୁରରୁ ଯୁବରାଜ ସିଂହଙ୍କୁ ପ୍ରାର୍ଥୀ କରିବ। ନୀତିନ ଗଡ଼କାରିଙ୍କ ସହ ଯୁବରାଜଙ୍କ ବୈଠଖ ପରେ ମିଡିଆରେ ଏହି ଖବର ଆସିଥିଲା। ହେଲେ ଶୁକ୍ରବାର ଯୁବରାଜ ଏହା ଟ୍ୱିଟ୍ କରି ଖବର ସତ୍ୟାସତ୍ୟକୁ ଖଣ୍ଡନ କରିଛନ୍ତି।

Leave A Reply

Your email address will not be published.