୭ ମାସ ପରେ ଅନୁଷ୍ଠିତ ହେଲା ଷଷ୍ଠତମ ପଞ୍ଚାୟତ ସମିତି ବୈଠକ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଦୀର୍ଘ ୭ ମାସ ପରେ ଅନୁଷ୍ଠିତ ହେଲା ଷଷ୍ଠତମ ପଞ୍ଚାୟତ ସମିତି ବୈଠକ । ଯୋଗ ଦେଲେ ମନ୍ତ୍ରୀ ଅଶ୍ଵିନୀ କୁମାର ପାତ୍ର। ବାଲେଶ୍ୱର ଜିଲ୍ଲା ଜଳେଶ୍ଵର ବ୍ଲକ ସମ୍ମିଳନୀ କକ୍ଷରେ ଷଷ୍ଠ ତମ ପଞ୍ଚାୟତ ସମିତି ବୈଠକ ଦୀର୍ଘ ୭ ମାସ ବ୍ୟବଧାନରେ ଅନୁଷ୍ଠିତ ହୋଇ ଯାଇଛି।

ବ୍ଲକ ଅଧ୍ୟକ୍ଷ ମାନସ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଉକ୍ତ ବୈଠକ ଅନୁଷ୍ଠିତ ହୋଇଥିଲା | ମୁଖ୍ୟ ଅତିଥି ଭାବେ ଓଡ଼ିଶାର ମାନ୍ୟବର ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ପର୍ଯ୍ୟଟନ ଓ ଅବକାରୀ ରାଷ୍ଟ୍ରମନ୍ତ୍ରୀ ଅଶ୍ଵିନୀ କୁମାର ପାତ୍ର ଯୋଗ ଦେଇଥିବା ବେଳେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଅନସୂୟା ପ୍ରଧାନ, ଅତିରିକ୍ତ ତହସିଲଦାର ଅଭୟ କୁମାର ସ୍ବାଇଁ, ବ୍ଲକ ଉପାଧ୍ୟକ୍ଷା ସଞ୍ଜିତା ସେନାପତି, ବିଡିଓ ପୁନମ ରାଉତ୍, ବ୍ଲକ ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ସୌମ୍ୟ ରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ହୋଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।ବିଶେଷ କରି ରାସନ କାର୍ଡ, ଗରିବ ଲୋକଙ୍କ ଆବାସ ଯୋଜନାରେ ବାଲି ଯୋଗାଣ, ବିଦ୍ୟୁତ ବିଭାଗ, ଜଙ୍ଗଲ ବିଭାଗ, ଆଇସିଡିଏସ, ଭତ୍ତା ଇତ୍ୟାଦି ବିଷୟରେ ଆଲୋଚନା ହୋଇଥିଲା।

ଗ୍ରୀଷ୍ମ ପ୍ରବାହକୁ ଆଖି ଆଗରେ ରଖି ବିଦ୍ୟୁତ୍ ସମ୍ବନ୍ଧୀୟ ଆଲୋଚନା, ପାନୀୟ ଜଳ ଯୋଗାଣ ସମ୍ବନ୍ଧୀୟ ଆଲୋଚନା, କୃଷି, ସ୍ଵାସ୍ଥ୍ୟ, ଶିକ୍ଷା, ବିକାଶ ମୂଳକ କାର୍ଯ୍ୟ ଯଥା:- ଜଳସେଚନ, ଉଠା ଜଳସେଚନ, ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତ ସମିତି ସହିତ ୧୫ ସିଏଫସି ଏବଂ ୫ ତମ ଏସଏଫସି (ସମିତି ସଭ୍ୟଙ୍କ ଅଂଶ) ଓ ଅନ୍ୟାନ୍ୟ ବିଭାଗୀୟ ଆଲୋଚନା ହୋଇ ସମାଧାନ ନିମନ୍ତେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆ ଯାଇଥିଲା |

Leave A Reply

Your email address will not be published.