ଛାତ୍ରଙ୍କୁ ମାଡ଼ ମାରି ଦୁଇ ହାତ ଭାଙ୍ଗିଲେ ଶିକ୍ଷକ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଛାତ୍ରଙ୍କୁ ମାଡ଼ ମାରି ଦୁଇ ହାତ ଭାଙ୍ଗିଲେ ଶିକ୍ଷକ | ନରସିଂହପୁର ବ୍ଲକ ସ୍ଥିତ ଯୋଡୁମ୍ ଥାନା ଅଧୀନ ବାରଭାୟା ଗ୍ରାମର ଥିବା ବିଦ୍ୟାଳୟରେ ଘଟିଛି ଶିକ୍ଷକଙ୍କ ମାଡ଼ରେ ଜଣେ ତୃତୀୟ ଶ୍ରେଣୀର ଛାତ୍ର ଆହତ ।

ଗତ ଦୁଇ ଦିନ ତଳେ ବିଦ୍ୟାଳୟର ଶିକ୍ଷକ ବିଦ୍ୟାଧର ବାଘ ଚତୁର୍ଥ ଶ୍ରେଣୀର ଛାତ୍ର ସନ୍ତୋଷ ପ୍ରତିହରୀଙ୍କୁ ମାଡ଼ ମାରିଥିଲେ ।ସୂଚନା ରୁ ପ୍ରକାଶ ଯେ ପିଲା ଖେଳୁଥିବା ସମୟରେ ଶିକ୍ଷକଙ୍କ ଦେହରେ ବଲ୍ ବାଜିଥିଲା ।ଫଳରେ ଶିକ୍ଷକ କିଛି ନ ବୁଝି ସନ୍ତୋଷଙ୍କୁ ମାଡ଼ ମାରିଥିଲେ ।

ସନ୍ତୋଷଙ୍କ ହାତରେ ଯନ୍ତ୍ରଣା ଅନୁଭବ କରିବାରୁ ସେ ପ୍ରଥମେ ଡାକ୍ତରଙ୍କ ପରାମର୍ଶ ନେଇ ହାତକୁ ଏକ୍ସ-ରେ କରିବା ପରେ ଜଣାପଡ଼ିଲା ଯେ ସନ୍ତୋଷଙ୍କ ହାତ ଭାଙ୍ଗିଛି ।ଏନେଇ ଛାତ୍ରଙ୍କ ମା ଯୋଡୁମ୍ ଥାନାରେ ଅଭିଯୋଗ କରିଛନ୍ତି।

Leave A Reply

Your email address will not be published.