ଉପଖଣ୍ଡ ଚିକିତ୍ସାଳୟକୁ କାୟାକଳ୍ପ ଟିମ ପରିଦର୍ଶନ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ସ୍ୱାସ୍ଥ୍ୟ ବିଭାଗର କାୟାକଳ୍ପ ଟିମ ପରିଦର୍ଶନ କରିଛନ୍ତି। ପରିଦର୍ଶନରେ ଚିକିତ୍ସାଳୟର ସମସ୍ତ ବିଭାଗ ସହିତ ପୁରୁଷ ଓ ମହିଳା ବିଭାଗ ସମେତ ଶିଶୁ, ମାତୃ ବିଭାଗ ବୁଲିବା ସହିତ ଓଟି ରୁମ ପରିଦର୍ଶନ କରିଛନ୍ତି। ପରିଦର୍ଶନ ସମୟରେ ଉପଖଣ୍ଡ ଚିକିତ୍ସାଳୟରେ ଚଳଚଞ୍ଚଳ ଦେଖିବାକୁ ମିଳିଥିବା ବେଳେ ସାଧାରଣରେ ପ୍ରତିଦିନ ଚିକିତ୍ସାଳୟକୁ ଆସୁଥିବା ରୋଗୀ ମାନଙ୍କୁ ଅବ୍ୟବସ୍ଥାରେ ଦେଖିବାକୁ ମିଳୁଥାଏ।

ଏଠି ପ୍ରଶ୍ନ ଉଠେ କି ସ୍ୱାସ୍ଥ୍ୟ ବିଭାଗର କାୟାକଳ୍ପ ଟିମ ପରିଦର୍ଶନରେ ଆସିଥିବା ବେଳେ ମେଡିକାଲ କତୃପକ୍ଷଙ୍କ ସମେତ ସମସ୍ତ କର୍ମଚାରୀ ଚଳଚଞ୍ଚଳ ହେବାର ଦେଖିବାକୁ ମିଳିଥିଲା। ହେଲେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ପ୍ରତିଦିନ ପାଖ ଜିଲ୍ଲାରୁ ବହୁ ସଂଖ୍ୟାରେ ରୋଗୀ ଆସୁଥିବା ବେଳେ ଚିକିତ୍ସାଳୟରେ ସେହି ଭଳି ସ୍ୱାସ୍ଥ୍ୟ ସେବା ପାଇପାରୁ ନଥିବା ବେଳେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟ ସମସ୍ୟା ଉପରେ ଦୃଷ୍ଟି ନ ଦେଇ ଏହି ପରିଦର୍ଶନ ସାରି କମିଟି ସରକାରଙ୍କୁ ରିପୋର୍ଟ ଦେଇଥିଲେ ମଧ୍ୟ ଏହାର ସୁଧାରକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ମେଡିକାଲ ପରିସରରେ ସରକାରଙ୍କ ନିରାମୟ ଯୋଜନା କାର୍ଯ୍ୟକାରୀ ହେଉଥିଲେ ବି ସରକାରୀଙ୍କ ନିୟମ ଅନୁଯାଇ କୌଣସି ନିଜସ୍ୱ ମେଡ଼ିସିନ ଷ୍ଟୋର ପାଇଁ ଅନୁମତି ନଥିଲେ ମଧ୍ୟ ମେଡ଼ିସିନ ଷ୍ଟୋର କାହା ସ୍ୱାର୍ଥରେ ଅଛି। ସେହିଭଳି ମେଡିକାଲର ବିଭିନ୍ନ ୱାର୍ଡ ଓ ରୋଗୀଙ୍କ ନିମନ୍ତେ ଆସୁଥିବା ମେଡ଼ିସିନ ରୋଗୀ ମାନେ ପାଇପାରୁ ନଥିବା ବେଳେ ନିକଟରେ ଥିବା ମେଡ଼ିସିନ ଷ୍ଟୋରରୁ ମେଡ଼ିସିନ କିଣୁଥିବା ବେଳେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଉଥିଲେ ମଧ୍ୟ ସ୍ୱାସ୍ଥ୍ୟ ବିକାଶ ଏସବୁ ଦେଖି ନ ଦେଖିଲା ପରି ନିରବଦ୍ରଷ୍ଟା ସାଜିଛି କେନ୍ଦୁଝର ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି

Leave A Reply

Your email address will not be published.