ଭୂତଙ୍କ ସଭାପତି ବିପିନ କୁମାର ରାଉତରାୟଙ୍କୁ ବାନ୍ଧିଲା ପୋଲିସ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଭୂତଙ୍କ ସଭାପତି ବିପିନ କୁମାର ରାଉତରାୟଙ୍କୁ ବାନ୍ଧିଲା ପୋଲିସ । ଏକ ପୁରୁଣା ମାମଲାରେ ଗିରଫ ହୋଇଛନ୍ତି ବିପିନ କୁମାର ରାଉତରାୟ । ବିପିନ କୁମାର ରାଉତରାୟଙ୍କ ଘର ସ୍ଥାନୀୟ ନନ୍ଦପୁର ଗ୍ରାମରେ । ବିପିନଙ୍କ ନାମରେ ୩ଟି ୱାରେଣ୍ଟ ରହିଥିଲା । ବିପିନ ପୋଲିସକୁ ଚକମା ଦେବାରେ ମାହିର ହୋଇଥିବାବେଳେ ତାଙ୍କୁ ଗିରଫ କରିବାର ସଦର ପୋଲିସକୁ ସଫଳତା ମିଳିଛି । ଆଜି ବିପିନ ଅପରାହ୍ନ ୩ଟାରେ ନନ୍ଦପୁର ଆସିଥିବାବେଳେ ପୋଲିସ ତାଙ୍କୁ ସେଠାରୁ ଉଠାଇ ନେଇ ଗିରଫ କରିଛି । ବିପିନ ମା’ ବଗଳାମୁଖୀଙ୍କୁ ସାଧନା କରିଥିବା କହି ସୋସିଆଲ ମିଡିଆରେ କିଛିଦିନ ହେବ ଚର୍ଚ୍ଚାରେ ରହିଥିଲେ। ଏମିତିକି ଭୂତ ନାଁରେ ଆଇ ମା’ କାହାଣୀ କହି ନିଜକୁ ଭୂତ ପ୍ରେତମାନଙ୍କ ସଭାପତି କହୁଥିଲେ ବିପିନ ।

 ବିପିନ ମଶାଣୀ ଭିତରେ ୧୫ମିନିଟ ମନ୍ତ୍ର ପଢ଼ିବା ପରେ ୪୦ ଲକ୍ଷ ଭୂତ ଆସିଲେ ବୋଲି କହୁଥିଲେ । ଭୁବନେଶ୍ୱରକୁ ୪୫ମିନିଟ ପାଇଁ ଅନ୍ଧାର କରିଥିଲି । ଏକ ପ୍ରତିଷ୍ଠିତ ରାଜନେତାଙ୍କ ପ୍ରେତାତ୍ମା ଆସି ତାଙ୍କୁ ସାହାଯ୍ୟ ମାଗିବା କହି ସୋସିଆଲ ମିଡିଆରେ ଚର୍ଚ୍ଚା ଥିଲେ ବିପିନ । ଘଟଣାକୁ ସବୁରି ମହଲରେ ନିନ୍ଦା କରାଯାଉଛି । ୪୦ ଲକ୍ଷ ୨ ଜଣ ଭୂତଙ୍କ ସଭାପତି ବୋଲି ସେ ନିଜକୁ ପ୍ରଚାର କରୁଥିଲେ । ପ୍ରତ୍ୟକ୍ଷ ଭାବେ ଭୂତପ୍ରେତଙ୍କ ସହ କଥା ହୁଅନ୍ତି । ମଶାଣିମାନଙ୍କରେ ଭୂତ ପ୍ରେତଙ୍କ ମିଟିଂ ହେଲେ ତାଙ୍କୁ ଡକରା ଆସେ ଓ ସେ ସେହି ମିଟିଂରେ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରନ୍ତି । ଏମିତିକି ଭୂତ ପ୍ରେତଙ୍କୁ ଅସୁବିଧା ସମୟରେ ସାହାଯ୍ୟ କରୁଥିବା ଆଦି ବିଭିନ୍ନ ଉଦ୍‌‌ଭଟ ଓ କାଳ୍ପନିକ କାହାଣୀ କହି ଗତ କିଛିଦିନ ହେଲା ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚାରେ ଥିଲେ ବିପିନ କୁମାର ରାଉତରାୟ ।

Leave A Reply

Your email address will not be published.