ନବରଙ୍ଗପୁରରେ ପୁଲିସ ଓ ନକ୍ସଲ ଗୁଳିବିନିମୟ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ନବରଙ୍ଗପୁର ଜିଲ୍ଲାର ରାଇଘର ସୀମାନ୍ତ ଅଞ୍ଚଳରେ ଏସଓଜି ଯବାନ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଏସ୍‌ଓଜି ଯମାନଙ୍କୁ ମୁକାବିଲା କରି ନପାରି ମାଓବାଦୀ ଛତ୍ରଭଙ୍ଗ ଦେଇ ଖସି ପଳାୟନ କରିଛନ୍ତି । ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି ।  ପୁଲିସ ଠାରୁ ମିଳିଥିବା ସୂଚନା ଅନୁଯାୟୀ ମଙ୍ଗଳବାର ରାତିରେ ନବରଙ୍ଗପୁର ଜିଲ୍ଲା ରାଇଘର ଓ ଛତିଶଗଡ଼ର ଗରିୟାବନ୍ଧ ଜିଲ୍ଲାର ଶୋଭା ସୀମାନ୍ତରେ ମାଓ ଗତିବିଧି ନେଇ ଖବର ପାଇ ଏସଓଜି ଯବାନଙ୍କ ୨ଟି ଟିମ୍ ମୃତୟନ ହୋଇଥିଲା। ଆଜି ସକାଳୁ ପ୍ରାୟ ୯.୩୦ରେ ୨୦ରୁ ୨୫ ମାଓବାଦୀ ସହ ମୁହାଁମୁହିଁ ହୋଇଥିଲେ । ଏସଓଜି ଯବାନଙ୍କୁ ଦେଖି ମାଓବାଦୀମାନେ ପୁଲିସ ଉପରକୁ ଗୁଳି ଚଳାଇଥିଲେ।  ପୁଲିସ ବି ନିଜର ସୁରକ୍ଷା ପାଇଁ ମାଓବାଦୀ ଉପରକୁ ପାଲଟା ଗୁଳିଚଳାଇଥିଲା ।

ମାଓବାଦୀ ଓ ପୁଲିସ ମଧ୍ୟରେ ପ୍ରାୟ ଅଧା ଘଣ୍ଟା ଧରି ଗୁଳିବିନିମୟ ହୋଇଥିଲା। ଘଞ୍ଚ ଜଙ୍ଗଲର ସୁଯୋଗ ନେଇ ମାଓବାଦୀମାନେ ଘଟଣା ସ୍ଥଳରୁ ଖସିପଳାଇବା ରେ ସକ୍ଷମ ହୋଇଥିଲେ। ଜଙ୍ଗଲରୁ ବହୁ ପରିମାଣର ମାଓ ଜିନିଷ ଜବତ କରିଛି ପୁଲିସ। ଏହି ଗୁଳିବିନିମୟରେ ମାଓବାଦୀଙ୍କ ପକ୍ଷରୁ ସିସିଏମ ମୁରଲି, ଏସସିଏମ କାର୍ତ୍ତିକ, ଏସସିଏମ ଗୁଡୁ, ଏସିଏମ୍ ଆକାଶ, ଏସିଏମ ନନ୍ଦାଲ ଙ୍କ ସମେତ ଅନ୍ୟ ମାନେ ଗରିୟାବନ୍ଧ ଜିଲ୍ଲା ଶୋଭା ଥାନା ଅନ୍ତର୍ଗତ ଉଦନ୍ତି ଜଙ୍ଗଲର ସାଇବିନ କାଚରର ଉତ୍ତର ରେ ଥିବା ଗାଁ ଗୁଡିକର ବୋଲି ଜଣାପଡିଛି । ଉକ୍ତ ସ୍ଥଳରେ ଜବାନମାନେ ଡେରା ପକାଇ ଛାନଭିନ ଚଳାଇଛନ୍ତି ।

Leave A Reply

Your email address will not be published.