ଗିରିଗୋବର୍ଦ୍ଧନ ପୂଜା

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ):  ଗିରିଗୋବର୍ଦ୍ଧନ ପୂଜା | କଟକ ଜିଲ୍ଲା ନିଶ୍ଚନ୍ତକୋଇଲି ବ୍ଲକ କେନ୍ଦୁପଟଣା ପଞ୍ଚାୟତ ଖଣ୍ଡଗାଁ ରେ କାହିଁ କେଉଁ କାଳରୁ ଗିରି ଗୋବର୍ଦ୍ଧନ ପୂଜା ହୋଈଆସୁଛି । ଗ୍ରାମ ର ସଭିଏଁ ଛୋଟ ଠାରୁ ବଡ଼ ପର୍ଯ୍ୟନ୍ତ ଏହି ପୂଜା ରେ ସାମିଲ ହୋଇଥାନ୍ତି l ପ୍ରତି ବର୍ଷ ଭଳି ଚଳିତ ବର୍ଷ ଗ୍ରାମର ବୁଣାକାର ସମ୍ପ୍ରଦାୟର ମାନେ ଏକ ଜୁଟ ହୋଇ ଗିରିଗୋବର୍ଦ୍ଧନ ଙ୍କୁ ପ୍ରାୟ ସାତ ଦିନ ଧରି ପୂଜା କରିଥାନ୍ତି l

ବୁଣାକାର ସମ୍ପ୍ରଦାୟ ଙ୍କର ଇଷ୍ଟ ଦେବତା ହେଲେ ଗିରିଗୋବର୍ଦ୍ଧନ l ସେଥିପାଇଁ ପ୍ରତି ବର୍ଷ ପ୍ରତିପାତ ଠାରୁ ସାତ ଦିନ ଧରି ପାଳିତ କରନ୍ତି ଏହି ଗିରିଗୋବର୍ଦ୍ଧନ ଙ୍କ ପୂଜା l ଘର ଦ୍ୱାର ଲିପା ପୋଛା କରି ଚିତା ପକାଇ ନିଜ ନିଜର କୌଳିକ ବୃତ୍ତି ବୁଣା ବୁଣି ବନ୍ଦ କରି ଲୁଗା ବୁଣା ଯାଉଥିବା ତନ୍ତକୁ ପୂଜା ଅର୍ଚନା କରି ସଜ ବସାଇବା ସହ ଗିରିଗୋବାର୍ଦ୍ଧନ ଙ୍କୁ ପୂଜା କରିଥାନ୍ତି ବୋଲି କୁହନ୍ତି ପୂଜକ ଓ ବୁଣାକାର lଚାଲିଛି ପୂଜା ଅର୍ଚନା ସନ୍ଦ୍ୟା ଆଳତୀ ସହ ପାରମ୍ପରିକ ବଜ଼ା ପ୍ରକମ୍ପିତ ହେଉଛି ଚତୁର୍ଦ୍ଦିଗ ।ପ୍ରାୟ ଆଖ ପାଖ ଗ୍ରାମ ମାନଙ୍କରୁ ଅନେକ ଭକ୍ତ ମାନେ ଧାଇଁ ଆସିଥାନ୍ତି ପ୍ରଭୁ ଗିରିଗୋବାର୍ଦ୍ଧନ ଙ୍କ ଦର୍ଶନ କରିବାପାଇଁ ଖଣ୍ଡଗାଁ କୁ l

ନୀତି କାନ୍ତି ସହ ବିଦ୍ୱlନ ପଣ୍ଡିତ ମାନଙ୍କ ଦ୍ଵାରା ପୂଜା କରାଯାଇ ବେଶ ଧୁମ ଧାମରେ ପାଳନ କରାଯାଉଛି ଗିରିଗୋବରଧନ ।ଏହି ଗ୍ରାମ ରେ ମାସ ତମାମ ଆମିଷ ବର୍ଜନ କରି ଗ୍ରାମ ରେ ସମସ୍ତେ ମାନିଥାନ୍ତି ଯେ ଗିରିଗର୍ଦ୍ଧନ ଠାକୁର ହେଉଛନ୍ତି ଇଷ୍ଟ ଦେବତା l ଠାକୁର ଙ୍କ ପାଖରେ ଯିଏ ଯାହା ମାନସିକ କରିଥାଏ l ତାହା ସିଏ ପାଇଥାଏ ବୋଲି କୁହନ୍ତି ଗ୍ରାମ ବାସୀ ମାନେ l ଏହି ଗ୍ରାମ ରେ କେବଳ ଗିରିଗୋବର୍ଦ୍ଧନ ହି ପୂଜା ପାଇଥାନ୍ତି l ଏହି ଗ୍ରାମ ରେ ଯିଏ ଯେଉଁଠି ବି ଥାନ୍ତି ସେ ଗ୍ରାମ କୁ ଆସି ଏହି ପୂଜା ରେ ସାମିଲ ହୋଇଥାନ୍ତି l ସାତ ଦିନ ପର୍ଯ୍ୟନ୍ତ ଗ୍ରାମ ରେ ପ୍ରସାଦ ସେବନ କରାଯିବା ସହ ଘଣ୍ଟ ଘଣ୍ଟା ଖୋଳା କୀର୍ତ୍ତନ ଧୂପ, ଦୀପ,ଅଗରୁ, ଚନ୍ଦନ, କର୍ପୁର ବାସ୍ନାରେ ପୁରା ଗ୍ରାମରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥାଏ l

Leave A Reply

Your email address will not be published.