ଶ୍ରୀମନ୍ଦିରକୁ ମାସିକ ୨୧,୯୪୩ କେଜି ଘିଅ ଦେଉଛି ଓମଫେଡ୍‌‌: ମନ୍ତ୍ରୀ

0

ଓଡ଼ିଆ ନ୍ୟୁଜ୍: ପୁରୀ ଶ୍ରୀମନ୍ଦିରକୁ ମାସିକ ୨୧,୯୪୩ କେଜି ଘିଅ ଦେଉଛି ଓମଫେଡ୍‌‌। ମନ୍ଦିରରେ ଶୁଦ୍ଧ ଘିଅ ବ୍ୟବହାର ନେଇ ରାଜ୍ୟ ସରକାର ପୂର୍ବରୁ ଓମଫେଡ୍‌‌କୁ ଆବଶ୍ୟକ ପରିମାଣର ଘିଅ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଏ ସଂକ୍ରାନ୍ତରେ ଆଜି ବିଧାନସଭାରେ ଆଇନ୍‌‌ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ସୂଚନା ଦେଇ କହିଛନ୍ତି ଯେ ଶ୍ରୀମନ୍ଦିରରେ ମାସକୁ ୨୧ ହଜାର ୯୪୩ କିଲୋଗ୍ରାମ ଘିଅ ଆବଶ୍ୟକ ଥିବା ବେଳେ ଓମଫେଡ୍‌‌ ସମାନ ପରିମାଣର ଘିଅ ଯୋଗାଇ ଦେଉଛି।

ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି, ଓମଫେଡ୍‌‌ ଯୋଗାଉ ଦେଉଥିବା ଘିଅ କୋଠଭୋଗ ସମେତ ଶ୍ରୀମନ୍ଦିରର ଅନ୍ୟାନ୍ୟ ରୋଷରେ ଭୋଗ ରନ୍ଧନ, ପିଠାପଣା ପ୍ରସ୍ତୁତି ଓ ଦୀପ ପ୍ରଜ୍ୱଳନରେ ବ୍ୟବହାର କରାଯାଉଛି। ତେବେ ଓମଫେଡ୍‌‌ ଘିଅ ବାଧ୍ୟତାମୂଳକ କରାଯିବା ପରେ ଅବଢ଼ା ଦର ବୃଦ୍ଧି ପାଇଥିବା ଅଭିଯୋଗ ନେଇ ସମ୍ପୃକ୍ତ ସେବକ ନିଯୋଗଙ୍କ ସହିତ ଆଲୋଚନା କରାଯାଉଛି ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ରାଜ୍ୟର ଅନ୍ୟ ସବୁ ମନ୍ଦିରରେ ଓମଫେଡ୍‌‌ ଘିଅ ବ୍ୟବହାର ସଂକ୍ରାନ୍ତରେ ତଥ୍ୟ ସଂଗ୍ରହ କରାଯାଉଥିବା ମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.