ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଓଡ଼ିଶାରେ ସୁନା ଖଣିର ସନ୍ଧାନ ମିଳିଛି। ସେଥିମଧ୍ୟରେ କେନ୍ଦୁଝର ଜିଲ୍ଲାର ଗୋପୁର -ଗାଜିପୁର ଅଞ୍ଚଳରେ ସୁନା ଖଣିର ସନ୍ଧାନ ମିଳିଛି। ତେବେ ସୂଚନା ମୁତାବକ, ଆଜି ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନର ତୃତୀୟ ଦିନରେ ବି ଚାଲିପାରିଲାନି ଗୃହକାର୍ଯ୍ୟ । ପ୍ରଥମରୁ ମଦମୃତ୍ୟୁ ଓ ଇଡି ପ୍ରସଙ୍ଗକୁ ନେଇ ଗୃହରେ ହଙ୍ଗାମା କରିଥିଲେ କଂଗ୍ରେସ ବିଧାୟକ।
ଗୃହ ମଝିକୁ ଆସି ହୋହାଲ୍ଲା କରିଥିଲେ ତାରା ବାହିନୀପତି ଓ ଅନ୍ୟ ବିଧାୟକ। ଏହାରି ଭିତରେ ଖଣି ମନ୍ତ୍ରୀଙ୍କୁ ସୁନା ଖଣି ସମ୍ପର୍କରେ ପ୍ରଶ୍ନ କରିଥିଲେ ତାରା ବାହିନୀପତି। ଓଡ଼ିଶାରେ ସୁନା ଖଣିର ସନ୍ଧାନ ମିଳିଥିବା କହିଲେ ଖଣି ମନ୍ତ୍ରୀ ବିଭୁତି ଜେନା। ମାଙ୍କଡ଼ଚୁଆଁ, ସଲେଇକଣା ଓ ଡ଼ିମିରିମୁଣ୍ଡା ଅଞ୍ଚଳରେ ସୁନା ଖଣି ପାଇଁ ଚାଲିଛି ଚି଼ହ୍ନଟ ପ୍ରକ୍ରିୟା ଜାରି ରହିଛି। ଇସ୍ପାତ ଓ ଖଣି ମନ୍ତ୍ରୀ ତାରା ପ୍ରସାଦ ବାହିନୀପତି ଏକ ଅଣତାରକା ପ୍ରଶ୍ନର ଉତ୍ତରରେ ଏଭଳି କହିଛନ୍ତି।
ସେହିପରି ମୟୁରଭଞ୍ଜ ଜିଲ୍ଲାର ଯଶିପୁର, ସୁରିଆଗୁଡା, ରୁଆଁସୀ, ଇଡେଲକୁଚା, ମାରେଡିହି ଓ ସୁଲେଇପାଟ ଏବଂ ବାଦାମପାହାଡ଼ ଅଞ୍ଚଳରେ ସୁନାଖଣିର ଅନ୍ବେଷନ ଚାଲିଛି। ଅପରପକ୍ଷରେ ସୁନ୍ଦରଗଡ଼, ନବରଙ୍ଗପୁର, ଅନୁଗୁଳ, କୋରାପୁଟ, ମାଲକାନଗିରି, ସମ୍ବଲପୁର, ବୌଦ୍ଧ ଜିଲ୍ଲାର କେତେକ ସ୍ଥାନରେ ସୁନା ଖଣି ଥିବା ସୂଚନା ମିଳିଛି। ଓଡ଼ିଶାରେ ସୁନାଖଣି ହେଲେ ଏହା ରାଜ୍ୟର ଅର୍ଥନୀତି ପାଇଁ ବିଶେଷ ଗୁରୁତ୍ବପୂର୍ଣ୍ଣ ହେବ ବୋଲି କୁହାଯାଉଛି।