ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର: ମିଳିବ ୪୨ ପ୍ରତିଶତ ମହଙ୍ଗା ଭତ୍ତା

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ମଧ୍ୟପ୍ରଦେଶରେ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର । କାରଣ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ୍ ଦେଇଛନ୍ତି ବଡ ଉପହାର । ରାଜ୍ୟର ସବୁ ସରକାରୀ କର୍ମଚାରୀଙ୍କୁ କେନ୍ଦ୍ର ସରକାରୀଙ୍କ ଭଳି ସମାନ ମହଙ୍ଗା ଭତ୍ତା ଦେବାକୁ ଘୋଷଣା କରିଛନ୍ତି ।

ମଧ୍ୟପ୍ରଦେଶର ସବୁ ରାଜ୍ୟ ସରକାରୀ କର୍ମଚାରୀଙ୍କୁ ୩ କି ୪ ପ୍ରତିଶତ ନୁହେଁ ଏକାଥରକେ ୪୨ ପ୍ରତିଶତ ମହଙ୍ଗା ଭତ୍ତା ମିଳିବ । ଜାନୁଆରୀ ମାସରୁ ଜୁନ୍ ମାସ ଯାଏଁ ଏରିଅର ମିଳିବ । ଏହାକୁ ଦରମା ସହ ୩ଟି କିସ୍ତିରେ ଦେବାକୁ ଘୋଷଣା ହୋଇଛି । ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ନେଇ ଏବେ ସବୁ କର୍ମଚାରୀଙ୍କ ମନରେ ଖୁସି ଭରିଯାଇଛି ।

Leave A Reply

Your email address will not be published.