କେନ୍ଦ୍ରରେ ପୁଣିଥରେ ଗଢିବେ ସରକାର: ନରେନ୍ଦ୍ର ମୋଦୀଙ୍କ ଦାବି

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ପୁଣି କେନ୍ଦ୍ରରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସରକାର ଗଢିବ ବିଜେପି । ତୃତୀୟ ଥର ପାଇଁ କେନ୍ଦ୍ରରେ ସରକାର ଗଢିବେ ପ୍ରଧାନମନ୍ତ୍ରୀ । ନୂଆଦିଲ୍ଲୀ ପ୍ରଗତି ମୈଦାନରେ ‘ଭାରତ ମଣ୍ଡପମ୍’ ଉଦଘାଟନୀ ସମାରୋହରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏପରି ଦମ୍ଭୋକ୍ତିକୁ ନେଇ ଜାତୀୟ ରାଜନୀତିରେ ବେଶ୍ ଚର୍ଚ୍ଚା ଆରମ୍ଭ ହୋଇଛି। ବିଜେପି ନେତୃତ୍ୱାଧୀନ ଏନଡିଏ କ୍ଷମତାକୁ ଆସିବା ପରେ ଭାରତର ଅର୍ଥନୀତି ବିଶ୍ୱର ତୃତୀୟ ସ୍ଥାନରେ ପହଞ୍ଚିବ ବୋଲି ମଧ୍ୟ ମୋଦୀ କହିଛନ୍ତି ।

ତୃତୀୟ ପାଳି ସରକାରରେ ଭାରତ ବିଶ୍ୱ ଅର୍ଥନୀତିର ଟପ୍-୩ ତାଲିକାରେ ସାମିଲ ହେବ । ଭାରତ ସହ ଆଉ ଦୁଇ ଦେଶ ରହିବ । ଏହା ଦେଶବାସୀଙ୍କୁ ମୋଦିର ଗ୍ୟାରେଣ୍ଟି ବୋଲି ସେ କହିଛନ୍ତି । ପ୍ରଥମ ପାଳିରେ ଭାରତର ଅର୍ଥନୀତି ବିଶ୍ୱର ଦଶମ ସ୍ଥାନରେ ଥିଲା । ଦ୍ୱିତୀୟ ପାଳିରେ ଏହା ବିଶ୍ୱର ପଞ୍ଚମ ସର୍ବବୃହତ ଅର୍ଥନୀତି ପାଲଟିଛି । ଟ୍ରାକ୍ ରେକର୍ଡ ଅନୁସାରେ ଏହି ଗ୍ୟାରେଟି ଦେଉଛନ୍ତି ବୋଲି କହିଛନ୍ତି ।

 

 

Leave A Reply

Your email address will not be published.