ରାଜଭବନରେ ଉନ୍ମୋଚନ ହେଲା ରାଜ୍ୟପାଳ ଗଣେଶୀ ଲାଲ ଗାଇଥିବା ‘ବନ୍ଦେ ଉତ୍କଳ ଜନନୀ’ ଗୀତ, ଯୋଗ ଦେଲେ ଆନ୍ଧ୍ର ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ
ଓଡିଆ ନ୍ୟୁଜ୍(ବ୍ୟୁରୋ): ରାଜ୍ୟପାଳ ଗାଇଲେ ଗୀତ। ବନ୍ଦେ ଉତ୍କଳ ଜନନୀ ଗୀତକୁ ଓଡିଶା ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ ଗାଇଛନ୍ତି। ରାଜଭବନ ପରିସର ଆୟୋଜିତ ସ୍ୱନ୍ତନ୍ତ୍ର ଉତ୍ସବବରେ ଏହା କୁ ଉନ୍ମୋଚନ କରିଛନ୍ତି ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ। କାର୍ଯ୍ୟକ୍ରମରେ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ସଂଗୀତରେ କଣ୍ଠ ଦାନ କରିଛନ୍ତି ହୁମାନ ସାଗର, ଦୀପ୍ତି ରେଖା କଣ୍ଠ ଦାନ କରିଛନ୍ତି। ବିଜୟ ମଲ୍ଲ ଗୀତ ଲେଖିଥିବା ବେଳେ ସଂଗୀତରେ ସଜାଇଛନ୍ତି ପ୍ରେମାନନ୍ଦ। ରାଜଭବନ ପରିସରରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଓଡିଶା ବାଚସ୍ପତି ବିସୂର୍ୟ ନାରାୟଣ ପତ୍ରଙ୍କ ସହ ବିଶିଷ୍ଟ ବଂଶୀବଦକ ପଣ୍ଡିତ ହରିପ୍ରସାଦ ଚୌରସିଆଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।