ମୁଦ୍ରାସ୍ଫୀତିକୁ ସରକାର ଅସ୍ବୀକାର କରୁ ନାହାନ୍ତି: ନିର୍ମଳା ସୀତାରମଣ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଦେଶରେ ବଢୁଛି ମୁଦ୍ରାସ୍ଫୀତି । ଏହାକୁ ନେଇ ସାଧାରଣ ଜନତା ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଦେଶରେ ଦେଖାଯାଇଥିବା ଆର୍ଥିକ ମାନ୍ଦାବସ୍ଥା ଓ ମୁଦ୍ରାସ୍ଫୀତିକୁ ସରକାର କିମ୍ବା ଅନ୍ୟ କେହି ଅସ୍ବୀକାର କରୁ ନାହାନ୍ତି । ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ ପାଇଁ ସରକାର ଓ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ପଦକ୍ଷେପ ନେଉଛନ୍ତି ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି । ମଙ୍ଗଳବାର ରାଜ୍ୟସଭାରେ ଦରବୃଦ୍ଧି ପ୍ରସଙ୍ଗ ଆଲୋଚନା କାଳରେ ଅର୍ଥମନ୍ତ୍ରୀ କହିଛନ୍ତି ଯେ ଭାରତର ଅର୍ଥନୀତିର ଭିତ୍ତିଭୂମି ଦୃଢ ରହିଛି। ଏହା ଅନ୍ୟ ରାଷ୍ଟ୍ର ତୁଳନାରେ ଉନ୍ନତ ସ୍ଥିତିରେ ରହିଛି । ଏହାର ଅର୍ଥ ନୁହେଁ ଯେ ସରକାର ଆର୍ଥିକ ଦୁଃସ୍ଥିତିରୁ ଦୂରେଇ ଯାଉଛନ୍ତି । ବିଶ୍ବବ୍ୟାପୀ ଦରଦାମ ବୃଦ୍ଧି ପାଇଥିବାରୁ ଆମଦାନୀ ହେଉଥିବା ସାମଗ୍ରୀର ମୂଲ୍ୟ ଅଧିକ ରହୁଛି।

ଏଥିପାଇଁ ଦେଶରେ ଦରଦାମ ବୃଦ୍ଧିର ପ୍ରଭାବ ପଢୁଛି। ଦେଶର ମୁଦ୍ରାସ୍ଫୀତି ଏବେ ୭%ରୁ ସାମାନ୍ୟ ଅଧିକ ରହିଛି। ଏହାକୁ ୭% ତଳକୁ ରଖିବା ଲାଗି ସରକାର ଓ ଆରବିଆଇ ପଦକ୍ଷେପ ନେଉଛନ୍ତି। ଆଉ ଆମେ ନିଶ୍ଚିତ ଯେ ଆଗାମୀ ଦିନରେ ଏହି ମୁଦ୍ରାସ୍ଫୀତିକୁ ୬% ତଳକୁ ଆଣିବା ଦିଗରେ ସଫଳ ହେବୁ। ତେବେ ମୁଦ୍ରାସ୍ଫୀତିକୁ ନେଇ ବିରୋଧୀ ଦଳଗୁଡିକ ଯେଉଁ ରାଜନୀତି କରୁଛନ୍ତି ତାକୁ ସୀତାରମଣ ସମାଲୋଚନା କରିଛନ୍ତି। ମୁଦ୍ରାସ୍ଫୀତି ଯୋଗୁଁ ପ୍ରଭାବିତ ଲୋକଙ୍କ ସହିତ ସରକାର ନିୟମିତ ଆଲୋଚନା ଚଳାଇଛନ୍ତି।

 

 

Leave A Reply

Your email address will not be published.