ମଧୁବାବୁ ବାର୍ଦ୍ଧକ୍ୟ ପେନସନ ଯୋଜନା ଦୁଆର ଠାରେ ନଗଦ ଅର୍ଥ ପୈଠ ସରକାରଙ୍କ ନିଷ୍ପତ୍ତି ସ୍ୱାଗତ ଯୋଗ୍ୟ: ଅଖିଳ ଭାରତ କୃଷକ ସଭା

0

ସାମାଜିକ ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଚଳିତ ମଧୁବାବୁ ବାର୍ଦ୍ଧକ୍ୟ ଭତ୍ତା ର ମାସିକ ଦେୟ ଘର ଦୁଆର ପାଖରେ ପ୍ରଦାନ କରିବାପାଇଁ ସରକାରଙ୍କ ନିଷ୍ପତ୍ତି ସ୍ୱାଗତଯୋଗ୍ୟ l ଓଡିଶା ର ଗ୍ରାମାଞ୍ଚଳ ଏବଂ ଦୁର୍ଗମ ଇଲାକା ରେ ଅସହାୟ, ଭିନ୍ନକ୍ଷମ, ବୟସାଧିକ ବରିଷ୍ଠ ନାଗରିକ ମାନଙ୍କୁ ନଗଦ ଅର୍ଥ ପ୍ରଦାନ ର ଜରୁରୀ ଆବଶ୍ୟକତା ରହିଛି l ଦୁର୍ଗମ ଅଞ୍ଚଳ ରେ ବ୍ୟାଙ୍କିଙ୍ଗ ଏବଂ ଇଣ୍ଟେର୍ନେଟ ସୁବିଧା ଅତି ଦୁର୍ବଳ ସ୍ଥିତି କିମ୍ବା ଆଦୌ ନଥିବା ବେଳେ ଗରୀବ ହିତାଧିକାରୀ ମାନେ ନାହିଁ ନଥିବା ଦୁର୍ଦ୍ଦଶା କୁ ସାମନା କରୁଥିଲେ l

କେରଳ ର ବାମ ଓ ଗଣତାନ୍ତ୍ରିକ ସାମ୍ମୁଖ୍ୟ ସରକାର ଘର ଦୁଆର ଠାରେ ହିତାଧିକାରୀଙ୍କୁ ମାସିକ 1600ଟଙ୍କା ଭତ୍ତା ପ୍ରଦାନ ଯୋଜନା କୁ ବହୁ ଆଗରୁ କାର୍ଯ୍ୟକାରୀ କରିଛନ୍ତି l ବିଭିନ୍ନ ସମୟରେ ରେ ଓଡିଶା ର ବାମପନ୍ଥୀ ଏବଂ ଜନବାଦୀ ରାଜନୈତିକ ଦଳ ଏବଂ ଗଣସଂଗଠନ ମାନେ ହିତାଧିକାରୀଙ୍କୁ ନଗଦ ଅର୍ଥ ପ୍ରଦାନ ପାଇଁ ଦାବୀ କରିଛନ୍ତି l ଡ଼ି ବି ଟି ଜରିଆରେ ଭତ୍ତା ପ୍ରଦାନ କ୍ଷେତ୍ର ରେ ହେଉଥିବା ଚରମ ଅସୁବିଧା କୁ ଏକ ପ୍ରସଙ୍ଗ ଭାବେ ବିଧାନସଭା ମଧ୍ୟ ରେ ଆଲୋଚନା ହୋଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା l
ଓଡିଶା ସରକାର ବିଳମ୍ବରେ ହେଲେ ମଧ୍ୟ ପରିସ୍ଥିତି ର ବାସ୍ତବତା କୁ ଅନୁଭବ କରି ନଗଦ ଅର୍ଥ ପ୍ରଦାନ ନିଷ୍ପତ୍ତି ଘୋଷଣା କରିବା ସ୍ୱାଗତଯୋଗ୍ୟ l

ରାଜ୍ୟ ସରକାର ପ୍ରତ୍ୟେକ ହିତାଧିକାରୀଙ୍କୁ ସ୍ୱଚ୍ଛତାର ସହିତ ମାସିକ ଭତ୍ତା ପ୍ରଦାନ କୁ ସୁନିଶ୍ଚିତ କରିବା,
ପେନସନ ପରିମାଣ କୁ କ୍ରମେ ସର୍ବନିମ୍ନ 3000/ଟଙ୍କା କୁ ବୃଦ୍ଧି କରିବା,ଖାଦ୍ୟ ସୁରକ୍ଷା ଯୋଜନାରେ ଦିଆଯାଉଥିବା ମାସିକ ଚାଉଳ/ ଗହମ ମଧ୍ୟ ଏହି ହିତାଧିକାରୀ ମାନଙ୍କୁ ଘର ଦୁଆରେ ରେସନ ସାମଗ୍ରୀ ବଣ୍ଟନ ବ୍ୟବସ୍ଥା କରିବା,ସମସ୍ତ ସାମାଜିକ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ (କେନ୍ଦ୍ର ଓ ରାଜ୍ୟ ସରକାର) ସମସ୍ତ ହିତାଧିକାରୀଙ୍କ ମାସିକ ଭତ୍ତା/ ପେନସନ ର ଅର୍ଥ କୁ ଘର ଦୁଆର ଠାରେ ପୈଠ କରିବା ପାଇଁ ସୁନିଶ୍ଚିତ ବ୍ୟବସ୍ଥା କରିବା ପାଇଁ ଅଖିଳ ଭାରତ କୃଷକ ସଭା, ଓଡିଶା ରାଜ୍ୟ କମିଟି ଦାବୀ କରୁଛି l ଓଡିଶା ର 6798 ପଞ୍ଚାୟତ ମଧ୍ୟ ରୁ ମାତ୍ର 2502 ଟି ପଞ୍ଚାୟତ ରେ ବ୍ୟାଙ୍କ ବ୍ରାଞ୍ଚ ଅଛି l ଆଉ କିଛି ପଞ୍ଚାୟତ ରେ ଡାକ ବିଭାଗୀୟ ବ୍ୟାଙ୍କ କାମ କରୁଛି l

ବିଜେପି ଦଳ ର ନେତା ତଥା କେନ୍ଦ୍ରମନ୍ତ୍ରୀ ନିଶ୍ଚିତ ଭାବେ ଅବଗତ ଥିବେ ଯେ ଓଡିଶା ର 62% ଗ୍ରାମ ପଞ୍ଚାୟତ ରେ ବ୍ୟାଙ୍କିଙ୍କ ବ୍ୟବସ୍ଥା ନାହିଁ l ଓଡିଶା ର ଗ୍ରାମାଞ୍ଚଳ ଏବଂ ଦୁର୍ଗମ ଅଞ୍ଚଳ ରେ ଇଣ୍ଟରନେଟ ର ଭିତ୍ତିଭୂମି ମଧ୍ୟ ଅତି ଦୁର୍ବଳ ସ୍ଥିତି ରେ ରହିଛି l ଏହିଭଳି ସ୍ଥିତି ରେ ଗରୀବ, ଅସହାୟ, ଭିନ୍ନକ୍ଷମ, ବୃଦ୍ଧ ଏବଂ ବୃଦ୍ଧାଙ୍କ ମାସିକ ସାମାନ୍ୟ ଭତ୍ତା ଅର୍ଥ କୁ ଡ଼ି ବି ଟି ଜରିଆରେ ଅର୍ଥ ପ୍ରଦାନ ବ୍ୟବସ୍ଥା କୁ କାଏମ ରଖିବା ପାଇଁ ଦାବୀ କରିବା ହାସ୍ୟାସ୍ପଦ ଏବଂ ଲୋକ ବିରୋଧୀ ଅଟେ l

Leave A Reply

Your email address will not be published.