ଶଟ୍ ଡ୍ରେସ୍ କିମ୍ବା ଫଟା ଜିନ୍ ପିନ୍ଧି ଆସିଲେ ହରିଦ୍ୱାର ଋଷିକେଶ ମନ୍ଦିରରେ ପ୍ରବେଶ ମନା

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଶଟ୍ ଡ୍ରେସ୍ କିମ୍ବା ଫଟା ଜିନ୍ ପିନ୍ଧି ଆସିଲେ ହରିଦ୍ୱାର ଋଷିକେଶ ମନ୍ଦିରରେ ପ୍ରବେଶ ମନା । ଉତ୍ତରାଖଣ୍ଡ ହରିଦ୍ୱାରର କନଖଲ ସ୍ଥିତ ଦକ୍ଷ ପ୍ରଜାପତି ମନ୍ଦିର ଓ ଋଷିକେଶର ନୀଳକଣ୍ଠ ମହାଦେବ ମନ୍ଦିରଗୁଡ଼ିକରେ ଲାଗୁ ହେଲା କଡ଼ା କଟକଣା। ଏଣିକି ଶଟ୍‌ ଡ୍ରେସ୍‌ କିମ୍ବା ଫଟା ଜିନ୍ ପିନ୍ଧି ଆସିଲେ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ଅନୁମିତ ମିଳିବ ନାହିଁ। ଏନେଇ ମନ୍ଦିର ବାହାରେ ଏକ ସତର୍କ ସୂଚନା ଲଗାଯାଇଛି। ସୂଚନା ଅନୁସାରେ ଭକ୍ତ ଫଟା ଜିନ୍ସ, ହାଫ୍‌ ପେଣ୍ଟ, ମିନି ସ୍କର୍ଟ, ନାଇଟ୍‌ ଶୁଟ୍ ପିନ୍ଧି ମନ୍ଦିର ଭିତରେ ପ୍ରବେଶ କରିପାରିବେ ନାହିଁ। ଏହି ନିୟମ ଉଭୟ ମହିଳା ଓ ପୁରୁଷଙ୍କ ପାଇଁ ଲାଗୁ ହୋଇଛି। ବିଶ୍ୱ ପ୍ରସିଦ୍ଧ କାଉଡ଼ି ମେଳା ପୂର୍ବରୁ ଏହି ନିୟମ ଲାଗୁ କରାଯାଇଛି। ଦକ୍ଷ ପ୍ରଜାପତି ଓ ନୀଳକଣ୍ଠ ମହାଦେବ ମନ୍ଦିରର ପରିଚାଳନା ଦାୟିତ୍ୱ ବୁଝୁଛି ମହାନିର୍ବାଣୀ ଆଖଡ଼ା ପରିଷଦ।

ଆଖଡ଼ା ପରିଷଦର ମହନ୍ତ ରୀବନ୍ଦ୍ର ପୁରୀ ଏହି ନୂଆ ନିୟମ ଲାଗୁ କରିଛନ୍ତି। ମନ୍ଦିରର ମର୍ଯ୍ୟାଦା କାଏମ ରିଖିବାକୁ ହେଲେ ବସ୍ତ୍ରର ମର୍ଯ୍ୟାଦା ରଖିବା ନିହାତି ଆବଶ୍ୟକ। ଏଥିସତ୍ତ୍ୱେ ବି ଲୋକେ ଅଶୋଭନୀୟ କପାଡ଼ି ପିନ୍ଧି ମନ୍ଦିର ଭିତରେ ପ୍ରବେଶ କରୁଛନ୍ତି। ଏଥିପାଇଁ ଦୁଇଟି ମନ୍ଦିରର ଆଖଡ଼ା ପକ୍ଷରୁ କଡ଼ା ପଦକ୍ଷେପ ନେଇ ଏହି ଘୋଷଣା କରାଯାଇଛି। ଆଖଡ଼ା ପରିଷଦ ଅଧ୍ୟକ୍ଷ ମହନ୍ତ ରବୀନ୍ଦ୍ର ପୁରୀ କହିଛନ୍ତି ଯେ ୮୦ ପ୍ରତିଶତ ଶରୀର ଘୋଡ଼େଇ ହୋଇ ନଆସିଲେ ସେମାନେ ମନ୍ଦିର ବାହାରେ ହିଁ ଦର୍ଶନ କରି ଫେରିଯିବେ।

Leave A Reply

Your email address will not be published.