ଶରଦ ପାୱାର୍‌ଙ୍କୁ ଧମକ; ଗୃହମନ୍ତ୍ରାଳୟ ହସ୍ତ‌କ୍ଷେପ ଲୋଡ଼ିଲେ ସୁପ୍ରିୟା ସୁଲେ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ‘ନ୍ୟାସ୍‌ନାଲିଷ୍ଟ୍‌ କଂଗ୍ରେସ ପାର୍ଟି’ (ଏନ୍‌ସିପି) ସୁପ୍ରିମୋ ଶରଦ ପାୱାରଙ୍କୁ ତାଙ୍କ ହ୍ବାଟସ୍‌ଆପ୍‌ରେ ଧମକ। ବାପା ପ୍ରତି ଧମକ ବାର୍ତ୍ତା ପାଇଥିବା କହି ଗୁରୁବାର ଦିନ ମହାରାଷ୍ଟ୍ର ସରକାର ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ଏନ୍‌ସିପି ସାଂସଦ ସୁପ୍ରିୟା ସୁଲେ । ସୁପ୍ରିୟା ସୁଲେ କହିଛନ୍ତି, ଗୋଟାଏ ୱେବ୍‌ସାଇଟ୍‌ ମାଧ୍ୟମରେ ଶରଦ ପାୱାର୍‌ଙ୍କୁ ଧମକ ଦିଆଯାଇଛି। ଏହାର ବିଚାର ପାଇଁ ସେ ଥାନାକୁ ଆସିଛନ୍ତି।

ସୁଲେଙ୍କ କଥାରୁ ଉଦ୍ଧାର କରି ସମ୍ବାଦ ସରବରାହ ସଂସ୍ଥାନ ‘ଏଏନ୍‌ଆଇ’ କହିଛି, ପାୱାର୍‌ ସାହେବଙ୍କ ନାଁରେ ମୁଁ ହ୍ବାଟସ୍‌ଆପ୍‌ରେ ଗୋଟାଏ ମେସେଜ୍‌ ପାଇଛି। ତାଙ୍କୁ ଗୋଟାଏ ୱେବ୍‌ସାଇଟ୍‌ ଜରିଆରେ ଧମକ ଦିଆଯାଇଛି। ତେଣୁ, ଏହାର ବିଚାର କରିବା ଲାଗି ମୁଁ ପୁଲିସ ପାଖକୁ ଆସିଛି। ମୁଁ ମହାରାଷ୍ଟ୍ର ଗୃହମନ୍ତ୍ରୀ ଓ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ବି ଅନୁରୋଧ କରୁଛି। ଏଭଳି କାର୍ଯ୍ୟ ନିମ୍ନସ୍ତରର ରାଜନୀତି। ଏହାକୁ ବନ୍ଦ କରାଯିବା ଉଚିତ। ସେ ଆହୁରି ମଧ୍ୟ କହିଛନ୍ତି, ପାୱାର୍‌ ସାହେବଙ୍କ ନିରାପତ୍ତା ଗୃହମନ୍ତ୍ରାଳୟ ଉପରେ ନ୍ୟସ୍ତ। ଗୃହମନ୍ତ୍ରୀ ହସ୍ତକ୍ଷେପ କରିବା ଉଚିତ। ଶରଦ ପାୱାର୍‌ ହେଉଛନ୍ତି ଦେଶର ନେତା। ‘ଏନ୍‌ସିପି’ ମୁଖ୍ୟ ଧମକ ପାଇଥିବା କଥା ମୁଁ ପୁଲିସକୁ କହିଛି। କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ପୁଲିସ କହିଛି।

Leave A Reply

Your email address will not be published.