ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଆଜିଠୁ ପୁଣି କଲ ବଲ କରିବ ଖରା। ବଦଳିବ ପାଗ । ତତଲା କଡ଼େଇରେ ସିଝିବ ଓଡ଼ିଶା । ପଶ୍ଚିମା ଝଡ଼ର ପ୍ରଭାବ କମିଥିବା ବେଳେ ଆଜିଠୁ ପୁଣି ତାପମାତ୍ରା ବୃଦ୍ଧି ପାଇବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ୧୨ରୁ ୧୪ ତାରିଖ ପର୍ଯ୍ୟନ୍ତ କଲବଲ କରିବ ଖରା । ତେବେ ୧୫ରୁ ରାଜ୍ୟରେ ପୁଣି ସକ୍ରିୟ ହେବ ପଶ୍ଚିମା ଝଡ଼ ପ୍ରଭାବ ।ଆଉ ଖରାରୁ ମିଳିବ ଆଶ୍ବସ୍ତି । ୧୫ରୁ ରାଜ୍ୟରେ ପୁଣି ମେଘୁଆ ପାଗ ସହ ବିଜୁଳି ଘଡଘଡି ସହ ବର୍ଷା ହେବ ।
୧୬ ତାରିଖରେ ବାଲେଶ୍ବର,ଭଦ୍ରକ,କଟକ,କେନ୍ଦ୍ରାପଡା,ଜଗତସିଂହପୁର,ଖୋର୍ଦ୍ଧା,ଯାଜପୁର,ଢେଙ୍କାନାଳ,କେଉଁଝର, ମୟୂରଭଞ୍ଜ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ଥିବାରୁ ୟଲୋ ୱାର୍ଣ୍ଂ ଜାରି କରିଛି ଆଚଂଳିକ ପାଣିପାଗ ବିଭାଗ ।ଗତ 24 ଘଣ୍ଟାରେ ପାଗ ମୁଖ୍ୟତ ଶୁଖିଲା ରହିଛି ।ସର୍ବାଧିକ ଦିନ ତାପମାତ୍ରା ମାଲକାନାଗିରିରେ 38 ଡିଗ୍ରି ରେକର୍ଡ କରାଯାଇଥିବା ବେଳେ ବୌଦ୍ଧ ଠାରେ 37 ଡିଗ୍ରୀ ସେଲସିୟସ ରେର୍କଡ ହୋଇଛି । ଏଥିସହ ଗତ ୨୪ ଘଣ୍ଟାରେ ଭୁବନେଶ୍ବରରେ ଦିନ ତାପମାତ୍ରା 36.3 ଡିଗ୍ରୀ ରହିଥିବା ବେଳେ କଟକ 35.6 ଡିଗ୍ରୀ ରେକର୍ଡ କରାଯାଇଛି….